ଓଡିଶା

odisha

ETV Bharat / bharat

India Corona: ଆଜି ବି ୬ ହଜାର ଉପରେ ସଂକ୍ରମଣ, ୧୧ ମୃତ

ପୁଣି ଚିନ୍ତା ବଢାଇଲା କୋରୋନା । ମୁକାବିଲା ପାଇଁ ଘନଘନ ବୈଠକ କରାଯାଉଥିଲେ ସୁଦ୍ଧା ଥମୁନି ସଂକ୍ରମଣ । ଆଜି ବି ୬ ହାଜର ଉପରେ ସଂକ୍ରମଣ ମାମଲା । ଅଧିକ ପଢନ୍ତୁ

By

Published : Apr 8, 2023, 11:14 AM IST

Updated : Apr 9, 2023, 4:19 PM IST

india corona
india corona

ନୂଆଦିଲ୍ଲୀ:ଡରାଉଛି କୋରାନା ସଂକ୍ରମଣ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି(ଶୁକ୍ରବାର) ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଉପରେ ରହିଥିବା ବେଳେ ଆଜି ମଧ୍ୟ ଟ୍ରେଣ୍ଡ ସମାନ ରହିଛି । ଗତ ୨୪ ଘଣ୍ଟାରେ ୬ ହଜାର ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଏଭଳି ବୃଦ୍ଧି ଘଟେ ତାହାଲେ ଖୁବ କମ ଦିନରେ ଚତୁର୍ଥ ଲହର ଆସିବାର ସମ୍ଭାବନା ଦେଖାଯାଉଛି ।

ଗତ କିଛି ଦିନର ବ୍ୟବଧାନ ପରେ ମୁଣ୍ଡ ଟେକିଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬ ହଜାର ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ସହ ତାଳଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪କୋଟି ୪୭ ଲକ୍ଷ ୫୧ ହଜାର ୨୫୯ରେ ପହଞ୍ଚିଛି । ସେଥିମଧ୍ୟରୁ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୧୯୪ ଜଣ ରହିଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ୧୧ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୫୪ରେ ପହଞ୍ଚିଛି ।

ମୋଟ ୨୨୦.୨୬ କୋଟିରୁ ଅଧିକ ଲୋକ କୋରୋନା ଟିକା ନେଇ ସାରିଛନ୍ତି । ସେଥିମଧ୍ୟରେ ୯୫.୨୧ କୋଟି ଦ୍ବିତୀୟ ଡୋଜ ଓ ୨୨.୮୭ କୋଟି ବୁଷ୍ଟର ଡୋଜ ନେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧ହଜାର ୯୬୩ ଜଣ କୋରୋନା ଟିକା ନେଇଛନ୍ତି । ଦେଶରେ କୋରାନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ସଂଖ୍ୟା ୪୪କୋଟି ୧୮୯ ଲକ୍ଷ ୧୧୧ ହଜାରରେ ପହଞ୍ଚିଛି ।

ତେବେ ଦିନକୁ ଦିନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଗତକାଲି ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋରୋନା ମୁକାବିଲା ରଣନୀତି ନେଇ ବୈଠକ କରିଥିଲେ । ଏମର୍ଜେନ୍ସି ହଟସ୍ପଟ ଚିହ୍ନଟ କରିବା ସହ ଟେଷ୍ଟିଂ ବୃଦ୍ଧି କରିବା ଏବଂ ହସ୍ପିଟାଲଗୁଡିକରେ ଭିତ୍ତିଭୂମି ପ୍ରସ୍ତୁତ ରଖିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାସହ କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଯେମିତି ମିଳିତ ଭାବେ କାମ କରିଥିଲେ ଏବେ ମଧ୍ୟ ଠିକ ସେମିତି କାମ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2023, 4:19 PM IST

ABOUT THE AUTHOR

...view details