ଓଡିଶା

odisha

ETV Bharat / bharat

India Corona: ଦେଶରେ ୪ ହଜାର ଡେଇଁଲା ଦୈନିକ ସଂକ୍ରମଣ, ୧୬୩ ଦିନରେ ସର୍ବାଧିକ - ଦେଶରେ କୋରୋନା ସଂକ୍ରମଣ

ଡରାଉଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୪୩୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

india covid
india covid

By

Published : Apr 5, 2023, 12:07 PM IST

ନୂଆଦିଲ୍ଲୀ:କୋରୋନାର ପୁଣି ଲଙ୍ଗଜମ୍ପ । କିଛି ଦିନର ବ୍ୟବଧାନ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୪୩୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି(ମଙ୍ଗଳବାର) ସଂକ୍ରମିତଙ୍କ ସଂଖ୍ୟା ୩୦୩୮ ରହିଥିଲା ବେଳେ ୯ ଜଣ ପ୍ରାଣ ହରାଇଥିଲେ । ୧୬୩ ଦିନରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩ ହଜାର ୯୧ରେ ପହଞ୍ଚିଛି । ଅନ୍ୟପଟେ ୧୫ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୫,୩୦,୯୧୬ରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: Covid Positive: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କୋରୋଜା ପଜିଟିଭ ଚିହ୍ନଟ

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨,୫୦୮ଜଣ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥସଂଖ୍ୟା ୪କୋଟି ୪୧ ଲକ୍ଷ ୭୯ ହଜାର ପାର କରିଛି । ଦୈନିକ ସଂକ୍ରମିତ ହାର ୩୦୩୮ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ ରେଟ ୨.୭୯ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା 92 କୋଟିରୁ ଊର୍ଦ୍ଧ୍ବ ଲୋକଙ୍କର କୋରୋନା ପରୀକ୍ଷା କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷ ୩୧ ହଜାର ଲୋକଙ୍କର କୋରୋନା ଟେଷ୍ଟ କରାଯାଇଛି । ଦେଶରେ ବର୍ତ୍ତମାନ ୨୨୦.୨୬ କୋଟି ଲୋକ କୋରୋନା ଟିକା ନେଇଛନ୍ତି । ସେଥିମଧ୍ୟରୁ ୯୫.୨୧କୋଟି ଦ୍ବିତୀୟ ଡୋଜ ନେଇଥିବା ବେଳେ ୨୨.୮୬ କୋଟି ଲୋକଙ୍କୁ ବୁଷ୍ଠର ଡୋଜ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀ, କେରଳ, କର୍ଣ୍ଣାଟକ ଏବଂ ରାଜସ୍ଥାନରୁ ଗୋଟିଏ ଲେଖାଏଁ କୋରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ କେରଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Udaipur Gory Murder: ୮ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଅଭିଯୁକ୍ତର ପିତାମାତା ଗିରଫ

କିଛି ମାସର ବ୍ୟବଧାନ ପରେ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ମଧ୍ୟ ଆଗୁଆ ସତର୍କ ହୋଇଛନ୍ତି । ବିଭିନ୍ନ ସମସ୍ତ ବୈଠକ କରାଯିବା ସହ ରାଜ୍ୟମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details