ନୂଆଦିଲ୍ଲୀ:ଦେଶରେ ପୁଣି ଫଣା ଟେକିଛି କୋରୋନା । ଦ୍ରୁତଗତିରେ ମାଡୁଛି ସଂକ୍ରମଣ । ଆଜି ଦେଶରେ ସଂକ୍ରମଣ ମାମଲା ୨୦ ହଜାର ପାର୍ କରିଛି । ଗତ 24 ଘଣ୍ଟା ମଧ୍ୟରେ ମୋଟ 20,139 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 20,139 fresh Covid Cases) । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଦିନକରେ ଦେଶରେ 38 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 16,482 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
India Corona: ଦେଶରେ ୨୦ ହଜାର ଟପିଲା ସଂକ୍ରମଣ - ଭାରତ କୋରୋନା ସଂକ୍ରମଣ
ଦେଶରେ ଚିନ୍ତା ବଢାଇଛି କୋରୋନା । ଗତ 24 ଘଣ୍ଟାରେ 20,139 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
India Corona: ଦେଶରେ ୨୦ ହଜାର ଟପିଲା ସଂକ୍ରମଣ
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ଅତିକ୍ରମ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,36,076 କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ 5.10%ରେ ପହଞ୍ଚିଛି । ଏଯାବତ୍ 4,30,28,356 ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଓ ସମୁଦାୟ 5,25,557 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 199 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 13,44,714 ଜଣଙ୍କୁ ଟିକା ଦିଆଯାଇଛି ।