ନୂଆଦିଲ୍ଲୀ: ଦେଶରେ ବଢିଲା ସଂକ୍ରମଣ । ଆଜି ଦୈନିକ ସଂକ୍ରମଣ ପୁଣିଥରେ 2 ହଜାର ପାର୍ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,364 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 2,364 fresh Covid Cases) । ହେଲେ ସଂକ୍ରମଣ ବଢିଥିଲେ ହେଁ ଆଜି କୋରୋନା ଜନିତ ମୃତ୍ୟୁସଂଖ୍ୟା ଖୁବ୍ କମ୍ ରେକର୍ଡ ହୋଇଛି । ଦିନକରେ କେବଳ 10 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ସେହିପରି 2,582 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ଦେଶରେ ପୁଣି 2 ହଜାର ଟପିଲା ଦୈନିକ ସଂକ୍ରମଣ
ଦେଶରେ ପୁଣି ଉପରମୁହାଁ ହେଲା କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 2,364 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
India Corona: ଦେଶରେ 2 ହଜାର ଟପିଲା ସଂକ୍ରମଣ
ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ କମିବା ପରେ ଭାରତରେ ସକ୍ରିୟ ମାମଲା 15 ହଜାରରେ ପହଞ୍ଚିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 15,419 ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର 0.50% ରହିଛି । ଏଯାବତ୍ ସମୁଦାୟ 4,25,89,841 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,24,303 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 191 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 13,71,603 ଡୋଜ୍ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ