ଓଡିଶା

odisha

ETV Bharat / bharat

Covid Cases in India: 24 ଘଣ୍ଟାରେ 1803 ନୂଆ ପଜିଟିଭ ଚିହ୍ନଟ - ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ

ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 1803 ନୂଆ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 27, 2023, 11:43 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଲଗାତାର ଦ୍ବିତୀୟ ଦିନରେ 1800 ପାର କଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଦେଶରେ 1890 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସାମାନ୍ୟ ତଳକୁ ଖସିଛି । ଗତ 24 ଘଣ୍ଟା ମଧ୍ୟରେ 1803 ନୂଆ ପଜିଟିଭ ଚିହ୍ନଟ ହୋଇଛି । ଯଦି ସଂକ୍ରମଣ ଏପରି ଦ୍ରୁତ ଗତିରେ ବୃଦ୍ଧି ପାଏ ତେବେ ଚତୁର୍ଥ ଲହରୀକୁ ଏଡାଇ ଦିଆଯାଇନପାରେ ବୋଲି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ସେହିପରି ଗତ 24 ଘଣ୍ଟା ମଧ୍ୟରେ 932 ଜଣ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ମୋଟ ସୁସ୍ଥ ସଂଖ୍ୟା 4କୋଟି 41 ଲକ୍ଷ 64 ହଜହାର 815ରରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ପଜିଟିଭ ସଂଖ୍ୟା 92.10 କୋଟି ପାର କରିଥିବା ବେଳେ 24 ଘଣ୍ଟା ମଧ୍ୟରେ 55 ହଜାର 551 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । କୋରୋନାକୁ ମାତ ଦେବା ପାଇଁ ଦେଶରେ ମୋଟ 220.65 କୋଟି ଲୋକଙ୍କୁ ମାଗଣା ଟୀକାକରଣ କରାଯାଇଛି । ଗତ 24 ଘଣ୍ଟାରେ 1743 ଜଣଙ୍କୁ କୋରୋନା ଟିକା ଦିଆଯାଇଛି । ଦେଶରେ ଦୈନିକ କୋରୋନା ସଂକ୍ରମଣ ହାର 3.19 ପ୍ରତିଶତ ରହିଥିବା ବେଳେ ସପ୍ତାହିକ ହାର 1.39 ପ୍ରତିଶତ ରହିଛି।

କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଗତ 25 ତାରିଖରେ ସତର୍କ ରହିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିଠି ଲେଖିଥିଲା । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟେଷ୍ଟିଂ ଉପରେ ବିଶେଷ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଥଛିଲା । ଏଥିସହ ମକ୍‌ ଡ୍ରିଲ୍‌ ଉପରେ ମଧ୍ୟ ଗୁରୁତ୍ବ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଥିଲା । ଗତ ଶନିବାର ଦେଶରେ 1,590 ନୂତନ କୋଭିଡ ମାମଲା ଚିହ୍ନଟ ହୋଇ ଥିବାବେଳେ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ସଂଖ୍ୟା ଗତ 146 ଦିନ ମଧ୍ୟରେ ସର୍ବାଧିକ ରହିଥିଲା । ଅନ୍ୟ ପଟେ ଇନଫ୍ଲୁଏଞ୍ଜା H3N2 ସଂକ୍ରମଣ ସମୟରେ କୋରୋନା ମାମଲା ବୃଦ୍ଧି ଏବେ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି । ଏଥିପାଇଁ ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କୋଭିଡ ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। । ପାଣିପାଗରେ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ୍ ଅନୁମାନ କରୁଛନ୍ତି ।

କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଯୋଗେ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ ନେଇ ସୂଚନା ଦେଇଛନ୍ତି ଓଡିଶା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ ।

ABOUT THE AUTHOR

...view details