ନୂଆଦିଲ୍ଲୀ:ଦେଶରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍ । ବଢୁଛି ଦୈନିକ ସଂକ୍ରମଣ । ଦୁଇ ଦିନର ହ୍ରାସ ପରେ ପୁଣିଥରେ ସଂକ୍ରମଣ ମାମଲାର ୧୦ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାର ୫୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସମୁଦାୟ ଆକ୍ଟିଭ କୋରୋନା ମାମଲା ୬୩ ହଜାର ୫୬୨କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୩୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୧୯୦ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, କୋରୋନା ଆରମ୍ଭରୁ ଏବେ ସୁଦ୍ଧା ଦେଶରେ ୪,୪୮,୪୫,୪୦୧ ଲୋକ ସଂକ୍ରମିତ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭ ରେଟ୍ ୪.୩୯ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭି ରେଟ ୫.୧ ପ୍ରତିଶତ ଅଛି । ସେହିପରି ଦେଶରେ ସୁସ୍ଥତା ହାର ୯୮.୬୭ ପ୍ରତିଶତ ରହିଛି । କିଛି ଦିନ ହେଲା ସଂକ୍ରମଣ ବୃଦ୍ଧ ପରେ ଏବେ ଭାରତରେ ୬୩,୫୬୨ଟି ଆକ୍ଟିଭ ମାମଲା ରହିଛି । ତେବେ ଦେଶବ୍ୟାପୀ ଟୀକାକରଣ ଜାରି ରହିଛି । ମନ୍ତ୍ରଣାଳୟର ୱେବସାଇଟ ଅନୁଯାୟୀ, ସାରା ଦେଶରେ ଆଜି ପର୍ଯ୍ୟନ୍ତ କୋରୋନା ଟିକାର ୨୨୦.୬୬ ଡୋଜ ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ: INX Money Laundering Case: କାର୍ତ୍ତି ଚିଦାମ୍ବରମଙ୍କ ୧୧କୋଟିର ସମ୍ପତ୍ତି ଜବତ କଲା ଇଡି