ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରୁ ମାତ୍ର 7 ହଜାର 81 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 264 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 7 ହଜାର 469 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା(India recovery rate) 3 କୋଟି 41 ଲକ୍ଷ 78 ହଜାର 940 ରେ ପହଞ୍ଚିଛି ।
INDIA CORONA: ଦିନକରେ 7081 ଆକ୍ରାନ୍ତ ଚିହ୍ନଟ, 264 ମୃତ - ଭାରତ ଦୈନିକ କୋରୋନା ସଂକ୍ରମଣ
ଦେଶରେ କମୁଛି ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରୁ ମାତ୍ର 7 ହଜାର 81 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 264 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ
INDIA CORONA: ଦିନକରେ 7,081 ଆକ୍ରାନ୍ତ ଚିହ୍ନଟ, 264 ମୃତ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 47 ଲକ୍ଷ 40 ହଜାର 275ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 77 ହଜାର 422ରେ ପହଞ୍ଚିଛି । ଦେଶରେ ମୋଟ 83 ହଜାର 913ଟି ସକ୍ରିୟ ମାମଲା ରହିଛି । ସେହିପରି ଏଯାବତ 137 କୋଟି 46 ଲକ୍ଷ 13 ହଜାର 252 ଟି ଟୀକାକରଣ(corona vaccination) ସରିଛି ।
@ANI