ନୂଆଦିଲ୍ଲୀ:ଦେଶରେ କାୟା ମେଲାଉଛି କୋରୋନା । ଦିନକୁ ଦିନ ବଢୁଥିବା ସଂକ୍ରମଣ ମାମଲା ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି 2,927 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,927 fresh covid cases) । ତେବେ ସଂକ୍ରମଣ ବଢୁଥିଲେ ହେଁ ମୃତ୍ୟୁସଂଖ୍ୟା କମ୍ ରହିଛି । ଦିନକରେ ଦେଶରେ 32 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 2,252 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ଦେଶରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ - ଭାରତ କୋରୋନା ରିପୋର୍ଟ
ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍ । ୩ ହଜାର ମୁହାଁ ହେଲା ଦୈନିକ ସଂକ୍ରମଣ । ଅଧିକ ପଢନ୍ତୁ
India Corona: ଦେଶରେ ୩ ହଜାର ମୁହାଁ ସଂକ୍ରମଣ
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 16,279କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ 4,25,255,63 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,23,654 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 188 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 21,97,082 ଡୋଜ୍ ଦିଆଯାଇଛି । ବିଶେଷକରି ବର୍ତ୍ତମାନ ଦିଲ୍ଲୀ ସମେତ କିଛି ରାଜ୍ୟରେ ସଂକ୍ରମଣ ଅଧିକ ବଢୁଥିବାର ଦେଖାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ