ଓଡିଶା

odisha

ETV Bharat / bharat

ଋଷଠୁ ଶସ୍ତାରେ ତେଲ କିଣିବ ଭାରତ - ଋଷଠାରୁ ଶସ୍ତାରେ ତେଲ କିଣିବ ଭାରତ

ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶଗୁଡିକର କଟକଣା ପାଇଁ ଋଷ ଏବେ ଶସ୍ତାରେ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଅଫର କରୁଛି । ଯାହାର ଫାଇଦା ଉଠାଇବାକୁ ସରକାର ଯୋଜନା କରୁଛନ୍ତି । ଋଷଠାରୁ ଭାରତ ଶସ୍ତାରେ ଅଶୋଧିକ ତୈଳ କ୍ରୟ କରିବାକୁ କିଣିପାରେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ଋଷଠାରୁ ଶସ୍ତାରେ ତେଲ କିଣିବ ଭାରତ
ଋଷଠାରୁ ଶସ୍ତାରେ ତେଲ କିଣିବ ଭାରତ

By

Published : Mar 15, 2022, 8:33 AM IST

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷିଆର ଘନ ଘନ ଆକ୍ରମଣ ଜାରି ରହିଛି । ଋଷର ଭୟଙ୍କର ଆକ୍ରମଣରେ ଥରୁଛି ୟୁକ୍ରେନ । ସବୁକିଛି ଛାରଖାର ହେବାରେ ଲାଗିଛି । ୟୁକ୍ରେନ ଋଷର ଏ ଘମାଘୋଟ ଲଢେଇର ସିଧାସଳଖ ପ୍ରଭାବ ପଡିଛି ବଜାର ଉପରେ । ହୁ ହୁ ବଢିବାକୁ ଲାଗିଛି ଖାଦ୍ୟ ସାମଗ୍ରୀ । ବିଶେଷ କରି ଖାଇବା ତେଲ ଦର ବେଲଗାମ ହୋଇଛି । ଏଭଳି ସ୍ଥିତିରେ ଋଷ ଠାରୁ ଶସ୍ତାରେ ତେଲ କିଣିପାରେ ଭାରତ ।

ଏପଟେ ବର୍ଦ୍ଧିତ ତେଲ ଦର ବର୍ତ୍ତମାନ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଭଳି ସ୍ଥିତିରେ ଏକ ନୂଆ ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି । ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶଗୁଡିକର କଟକଣା ପାଇଁ ଋଷ ଏବେ ଶସ୍ତାରେ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଅଫର କରୁଛି । ଯାହାର ଫାଇଦା ଉଠାଇବାକୁ ସରକାର ଯୋଜନା କରୁଛନ୍ତି । ଋଷଠାରୁ ଭାରତ ଶସ୍ତାରେ ଅଶୋଧିକ ତୈଳ କ୍ରୟ କରିବାକୁ କିଣିପାରେ ବୋଲି ସୂଚନା ମିଳିଛି ।

ଭାରତରେ ଆବଶ୍ୟକ ହେଉଥିବା ତୈଳର ୮୦% ଆମଦାନୀ ଜରିଆରେ ପୂରଣ କରିଥାଏ । ଋଷ ଠାରୁ ମାତ୍ର ୨ରୁ ୩ ପ୍ରତିଶତ କିଣିଥାଏ । ଚଳିତ ବର୍ଷ ଅଶୋଧିତ ତେଲ ଦର ୪୦% ବଢିବାରୁ ଋଷଠାରୁ ଅଧିକ ତେଲ କିଣିବାକୁ ଚାହୁଁଛି ଭାରତ । ପାଶ୍ଚତ୍ୟ ରାଷ୍ଟ୍ରଗୁଡିକରେ କଟକଣା ଯୋଗୁଁ ଋଷ ବିପୁଳ ରିହାତିରେ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରୁଛି । ଏହି ସୁଯୋଗକୁ ଭାରତ ହାତଛଡା କରିବାକୁ ଚାହିଁବନି ବୋଲି କହିଛନ୍ତି ଜଣେ ବରିଷ୍ଠ ସରକାରୀ ଅଧିକାରୀ ।

ସେ ଆହୁରି କହିଛନ୍ତି ତେଲ ଓ ଅନ୍ୟାନ ସାମଗ୍ରୀ ଲାଗି ପେମେଣ୍ଟ କରିବା ନିମନ୍ତେ ଏକ ଟଙ୍କା-ରୁବେଲ କାରବାର ଢାଞ୍ଚା ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ ଚାଲିଛି । ଋଷ ବର୍ତ୍ତମାନ ଭାରତ ସମେତ ଅନ୍ୟ ରାଷ୍ଟ୍ରଗୁଡିକ ସହ ବାଣିଜ୍ୟ ନିବେଶକ ଜାରି ରଖିବାକୁ ଆହ୍ବାନ ଦେଇଛି । ଋଷ ସହ ଭାରତର ଦୀର୍ଘଦିନ ପ୍ରତିରକ୍ଷା ସମ୍ପର୍କ ମଧ୍ୟ ରହିଛି ।

ABOUT THE AUTHOR

...view details