ଓଡିଶା

odisha

ଚୀନକୁ ଚେକ୍ ପାଇଁ ଭାରତ-ଜାପାନର ତୟାରୀ, ଟୋକିଓରେ ଶକ୍ତି ପ୍ରଦର୍ଶନ କରିବ IAF

By

Published : Jan 7, 2023, 9:53 PM IST

12ରୁ ଆରମ୍ଭ ହେବ ଭାରତ-ଜାପାନ ମିଳିତ ବାୟୁ ସମରାଭ୍ୟାସ (India Japan joint exercise)। ଅଂଶଗ୍ରହଣ ପାଇଁ ଜାପାନ ଯିବ ଭାରତୀୟ ବାୟୁସେନା କଣ୍ଟିଜେଣ୍ଟ । 26ରେ ଉଦଜାପିତ ହେବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

12ରୁ ଭାରତ-ଜାପାନ ମିଳିତ ବାୟୁ ସମରାଭ୍ୟାସ
12ରୁ ଭାରତ-ଜାପାନ ମିଳିତ ବାୟୁ ସମରାଭ୍ୟାସ

ହାଇଦ୍ରାବାଦ:ଜାନୁଆରୀ 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଜାପାନ ମିଳିତ ବାୟୁ ଅଭ୍ୟାସ (India Japan joint exercise)। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଏହି ମିଳିତ ଅଭ୍ୟାସ 12ରେ ଆରମ୍ଭ ହୋଇ 26 ତାରିଖରେ ଶେଷ ହେବ । ଜାପାନର ହାଇକୁରି ଏୟାର ବେସରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଭ୍ୟାସରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିବା ପାଇଁ ଜାପାନ ଯିବ । ଭାରତୀୟ ବାୟୁସେନା (IAF) ଏବଂ ଜାପାନ ଏୟାର ସେଲ୍ଫ ଡିଫେନ୍ସ ଫୋର୍ସ (JASDF) ମଧ୍ୟରେ ହେବାକୁ ଥିବା ଏହି ମିଳିତ ସମରାଭ୍ୟାସର ନାମ ରଖାଯାଇଛି 'ବୀର ଗାର୍ଡିଆନ -2023' (Veer Guardian-2023) ।

ଏହି ମିଳିତ ବାୟୁ ସମରାଭ୍ୟାସରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ବାୟୁସେନାର କଣ୍ଟିଜେଣ୍ଟ ପ୍ରସ୍ତୁତ ହୋଇସାରିଛି (India Japan joint exercise)। ଏଥିରେ ସ୍ବତନ୍ତ୍ର ଭାବେ ଚୟନ ହୋଇଥିବା ବାୟୁବୀରଙ୍କ ସହ ଏକାଧିକ ଲଢୁଆ ବିମାନ ଅଂଶଗ୍ରହଣ କରିବା ପାଇଁ ଜାପାନରେ ପହଞ୍ଚିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚାରିଟି ସୁଖୋଇ-30 (Su-30 MKI), ଦୁଇଟି C-17 ଏବଂ ଗୋଟିଏ IL-78 ବିମାନ ଅଂଶଗ୍ରହଣ କରିବେ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି । ସେହିପରି ଜାପାନ ବାୟୁସେନା (JASDF) ଚାରିଟି F-2 ଏବଂ ଚାରିଟି F-15 ବିମାନ ଅଭ୍ୟାସରେ ଅଂଶଗ୍ରହଣ କରିବେ ।

ଦୁଇ ଦେଶର ବାୟୁସେନା ମଧ୍ୟରେ ମିଳିତ କୌଶଳର ଆଦାନ ପ୍ରଦାନ, ଅପରେସନ ବେଳେ ସମନ୍ବୟ ଓ ବାୟୁ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାର ଏହା ଏକ ଅବସର ହେବାକୁ ଯାଉଛି । ଗତବର୍ଷ ସେପ୍ଟେମ୍ବର 8 ତାରିଖରେ ଜାପାନ ରାଜଧାନୀ ଟୋକିଓରେ ଅନୁଷ୍ଠିତ ଦ୍ୱିତୀୟ 2+2 ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବଢାଇବାକୁ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ । ସେହି କ୍ରମରେ ଉଭୟ ଦେଶ ଏହି ମିଳିତ ବାୟୁ ସମରାଭ୍ୟାସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details