ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଆଫଗାନିସ୍ତାନ ହିନ୍ଦୁ-ଶିଖ ପ୍ରତିନିଧି ମଣ୍ଡଳୀ ସଦସ୍ୟଙ୍କୁ ନିଜ ବାସଭବନରେ ସାକ୍ଷାତ କରିଛନ୍ତି । ପବିତ୍ର ଗୁରୁଗ୍ରନ୍ଥ ସାହିବ ସ୍ମାରକୀକୁ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରୁ ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ନିଜ ସରକାରୀ ଆବାସ( 7 ଲୋକୋ କଲ୍ୟାଣ ମାର୍ଗ) ରେ ଏହି ପ୍ରତିନିଧି ମଣ୍ଡଳୀକୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶିଖ-ହିନ୍ଦୁଙ୍କ ପାଇଁ କରିଥିବା କାର୍ଯ୍ୟ ଓ ଯୋଜନାକୁ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତିନିଧି ମଣ୍ଡଳୀକୁ ସ୍ବାଗତ କରି କହିଛନ୍ତି ଆପଣ ମାନେ ଭାରତର ଅତିଥି ନୁହଁନ୍ତି । ବଂର ଭାରତ ହେଉଛି ଆପଣ ମାନଙ୍କ ଘର । ମୋଦି ଏହି ଅବସରରେ ନାଗରିକତା ସଂଶୋଧନ ଆଇନ(ସିଏଏ) ର ଲାଭ ନେବାକୁ ଅନୁରୋଧ କରିଛନ୍ତି ।
ଏହାସହ ମୋଦି ଆଫଗାନିସ୍ତାନୀ ଶିଖ ହିନ୍ଦୁ ପ୍ରତିନିଧି ମଣ୍ଡଳୀକୁ ଆଶ୍ବାସନା ଦେଇ କହିଛନ୍ତି କି ଆଗାମୀ ଦିନରେ ତାଙ୍କ ପ୍ରତି ଥିବା ସମସ୍ୟା ଆସିବାକୁ ଥିବା କଠିନ ପରିସ୍ଥିତିରେ ମଧ୍ୟ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଶିଖ-ହିନ୍ଦୁ ପ୍ରତିନିଧି ମଣ୍ଡଳୀ ସହ ପବିତ୍ର ଗୁରୁଗ୍ରନ୍ଥ ସାହିବର ମହତ୍ବ ଓ ଗୁରୁତ୍ବ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।