ଓଡିଶା

odisha

ETV Bharat / bharat

UNSCରେ ଭାରତର କଡା ଆଭିମୁଖ୍ୟ; ଆତଙ୍କବାଦ, ସାମୁଦ୍ରିକ ସୁରକ୍ଷା ହେବ ମୁଦ୍ଦା - UNSC

ଆତଙ୍କୀ ଓ ଆତଙ୍କୀସ୍ଥାନଙ୍କ ବିରୋଧରେ ଭାରତର କଡା ଆଭିମୁଖ୍ୟ ଜାରି ରହିଛି । ଏହା ସ୍ପଷ୍ଟ ଆହୁରି ହୋଇଛି ସେତେବେଳେ, ଯେତେବେଳେ ଭାରତର ସ୍ଥାୟୀ ପ୍ରତିନିଧୀ ସଂଯୁକ୍ତ ରାଷ୍ଟ୍ର (ୟୁଏନଏସସି)ରେ ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ଦେଖାଇଛି ।

UNSC
UNSC ରେ ଭାରତର କଡା ଆଭିମୁଖ୍ୟ

By

Published : Aug 2, 2021, 9:27 AM IST

ନୂଆଦିଲ୍ଲୀ:ଆତଙ୍କୀ ଓ ଆତଙ୍କୀସ୍ଥାନ ବିରୋଧରେ ଭାରତର କଡା ଆଭିମୁଖ୍ୟ ଜାରି ରହିଛି । ଏହା ସ୍ପଷ୍ଟ ଆହୁରି ହୋଇଛି ସେତେବେଳେ, ଯେତେବେଳେ ଭାରତର ସ୍ଥାୟୀ ପ୍ରତିନିଧୀ ସଂଯୁକ୍ତ ରାଷ୍ଟ୍ର (ୟୁଏନଏସସି)ରେ ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ଦେଖାଇଛି । ସୋମବାର ଭାରତ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତୀରୁମୂର୍ତ୍ତୀ କହିଛନ୍ତି ଆତଙ୍କବାଦୀ ଗତିବିଦ୍ଧି ଓ ଆତଙ୍କବାଦର ପୃଷ୍ଠ ପୋଷକଙ୍କ ବିରୋଧରେ ଭାରତ ପ୍ରମାଣ ଉପସ୍ଥାପନା କରିବାରେ କେବେ ବିଫଳ ହୋଇନାହିଁ ।

ତୀରୁମୂର୍ତ୍ତୀ କହିଛନ୍ତି ‘ଇସଲାମିକ ଷ୍ଟେଟ ଅଫ ଇରାକ ଓ ଲେୱେଟଂ’ ର ସାଧାରଣ ସମ୍ପାଦକଙ୍କ ରିପୋର୍ଟ ଉପରେ ଆଲୋଚନା ହେବା ନେଇ ଭାରତ ଆଶା ରଖିଛି । ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ବ ଭାରତ ନେବା ପରେ ଚଳିତ ମାସ(ଅଗଷ୍ଟ)ରେ କଣ କଣ କାର୍ଯ୍ୟକ୍ରମ ଆୟୋଜନ ହେବ ତାହା ଘୋଷଣା କରିଛନ୍ତି ତୀରୁମୂର୍ତ୍ତୀ । ସେ ଆହୁରି କହିଛନ୍ତି କି, ୩ଟି ପ୍ରମୁଖ ପ୍ରସଙ୍ଗରେ ଭାରତ ଧ୍ୟାନ କେନ୍ଦ୍ରୀତ କରିବ । ଯେଉଁଥିରେ ରହିଛି ସାମୁଦ୍ରିକ ସୁରକ୍ଷା, ଶାନ୍ତି ସ୍ଥାପନା, ଓ ଆତଙ୍କବାଦ ମୁକାବିଲା । ଏହାବାଦ ୩ଟି ଚୁକ୍ତିନାମା ମାଧ୍ୟମରେ ଏହି ସମସ୍ତ ପ୍ରସଙ୍ଗକୁ ଉଠାଇବ ଭାରତ।

ଏହାସହ ସେ କହିଛନ୍ତି ଭାରତ ବିଦେଶ ମାମଲାରେ ବେଶ ସଚେତନ ଅଛି । ବିଶେଷକରି ସାମୁଦ୍ରିକ କ୍ଷେତ୍ର ମାମଲାରେ ଭାରତର ନୀତି ଓ ଦାୟିତ୍ବ ସମସ୍ତେ ଜାଣନ୍ତି । ସେଥିପାଇଁ ପ୍ରସଙ୍ଗର ବିଶେଷ ଆଲୋଚନା ହେବ । ସେହିପରି ଭାରତ ଚଳିତ ମାସରେ ବିଶ୍ବର ଛୋଟ ଛୋଟ ଦେଶ ବିଶେଷ କରି ଆଫ୍ରିକା ମହାଦେଶରେ ଥିବା ଅତି ଛୋଟ ଦେଶର ବିକାଶ ଓ ପ୍ରଗତି ପାଇଁ ବିକଶିତ ଦେଶ କିପରି ଭାବେ ଦାୟିତ୍ବ ନେବେ ତାହା ଉଦ୍ୟମ କରିବ ।

ଅନ୍ୟପଟେ ତୀରୁମୂର୍ତ୍ତୀ କହିଛନ୍ତି UNSCରେ ଅଧ୍ୟକ୍ଷ ଭାବେ ଭାରତ ଦାୟିତ୍ବ ଗ୍ରହଣ କରି ବହୁତ ଖୁସି । ଫଳରେ ଏହାକୁ ସ୍ମରଣୀୟ କରିବା ପାଇଁ ଉଦ୍ୟମ ହେଉଛି । କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଭାରତ ଯାଉଥିବା ତୀରୁମୂର୍ତ୍ତୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details