ଓଡିଶା

odisha

କୋରୋନା ଯୁଦ୍ଧରେ ପଡୋଶୀ ଦେଶକୁ ସାହାଯ୍ୟ କରିବ ଭାରତ, ବୁଧବାରରୁ ଯୋଗାଣ ଆରମ୍ଭ

By

Published : Jan 19, 2021, 10:16 PM IST

ବୁଧବାର ବାଂଲାଦେଶକୁ 20 ଲକ୍ଷ ମାଗଣା ଭ୍ୟାକ୍ସିନ ଡୋଜ ପଠାଇବ ଭାରତ । ଏହା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଭ୍ୟାକ୍ସିନ କୋଭିସିଲ୍ଡ । ସୂଚନା ଅନୁଯାୟୀ ଭାରତ ଏହି ଭ୍ୟାକ୍ସିନ ସଦଦ୍ଭାବନା ସନ୍ଦେଶ ରୂପେ ପଠାଇବ । ଅଧିକ ପଢନ୍ତୁ...

କୋରୋନା ଯୁଦ୍ଧରେ ପଡୋଶୀ ଦେଶକୁ ସାହାଯ୍ୟ କରିବ ଭାରତ, ଆସନ୍ତାକାଲି ଠୁ ଡୋଜ ଯୋଗାଣ ଆରମ୍ଭ
କୋରୋନା ଯୁଦ୍ଧରେ ପଡୋଶୀ ଦେଶକୁ ସାହାଯ୍ୟ କରିବ ଭାରତ, ଆସନ୍ତାକାଲି ଠୁ ଡୋଜ ଯୋଗାଣ ଆରମ୍ଭ

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ବିରୋଧରେ ଯୁଦ୍ଧ ଲଢୁଥିବା ଭାରତ ବଡ ବିଜୟ ହାସଲ କରିଛି । ଦେଶରେ ବିଶ୍ବର ବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇସାରିଛି । ମାତ୍ର 4 ଦିନରେ ହିଁ 3 ଲକ୍ଷରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ହୋଇସାରିଲାଣି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ବ ସମୁଦାୟର ସ୍ବାସ୍ଥ୍ୟ ସମ୍ବନ୍ଧିୟ ଆବଶ୍ୟକତାକୁ ପୁରା କରିବା ପାଇଁ ଭାରତକୁ ଏକ ବିଶ୍ବାସ ଯୋଗ୍ୟ ସାଥି ରୂପେ ବିବେଚନା କରାଯାଇପାରେ । ବୁଧବାରଠାରୁ ଅନେକ ଦେଶକୁ ଭ୍ୟାକ୍ସିନ ପଠାଇବାର କାମ ଆରମ୍ଭ ହେବ ।

ଏହି କ୍ରମରେ ବୁଧବାର ବାଂଲାଦେଶକୁ 20 ଲକ୍ଷ ମାଗଣା ଭ୍ୟାକ୍ସିନ ଡୋଜ ପଠାଇବ ଭାରତ । ଏହା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଭ୍ୟାକ୍ସିନ କୋଭିସିଲ୍ଡ । ସୂଚନା ଅନୁଯାୟୀ ଭାରତ ଏହି ଭ୍ୟାକ୍ସିନ ସଦଦ୍ଭାବନା ସନ୍ଦେଶ ରୂପେ ପଠାଇବ । ଏହା ପରେ ବାଂଲାଦେଶକୁ ଭ୍ୟାକ୍ସିନ ବ୍ୟବସାୟୀକ ଆଧାରରେ ଦିଆଯିବ ।

ବାଂଲାଦେଶକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଭ୍ୟାକ୍ସିନ ମାଗଣା ଦେବାକୁ ପ୍ରତିଶ୍ରୃତି ଦେଇଥିଲା ଭାରତ । ଏହା ପୂର୍ବରୁ ଖବର ଆସିଥିଲା ଯେ 1 କୋଟି ଫ୍ରି ଭ୍ୟାକ୍ସିନ ପଠାଇବାର ପ୍ରତିଶ୍ରୃତି ଦେଇଥିଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଏହି ଭ୍ୟାକ୍ସିନ ଡୋଜ ସେରମ ଇନଷ୍ଟିଚ୍ୟୁଟ ଫେସିଲିଟି ଅନ୍ତର୍ଗତ ପ୍ରଦାନ କରାଯିବ ।

ଭାରତ 2ଟି କୋରୋନା ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଶନିବାର ଦେଶବ୍ୟାପୀ ଆରମ୍ଭ ହୋଇଛି ମେଗା ଟିକାକରଣ ଅଭିଯାନ । ସେପଟେ କୋରୋନା ଭ୍ୟାକ୍ସିନକୁ ନେଇ ଭାରତ ଉପରେ ସାରା ବିଶ୍ବର ଆଶା ରହିଛି । ଅନେକ ଦେଶ ଭାରତଠାରୁ କୋରୋନା ଭ୍ୟାକ୍ସିନ ଯୋଗାଣର ଦାବି କରୁଛନ୍ତି ।

ଏହା ପୂର୍ବରୁ ଆସିଥିବା ରିପୋର୍ଟ ଅନୁଯାୟୀ ରିପୋର୍ଟ ଅନୁଯାୟୀ, ସେରମ ଇନଷ୍ଟିଚ୍ୟୁଟ ଲିମିଟେଡ ଓ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଭ୍ୟାକ୍ସିନକୁ ପଡୋଶୀ ଦେଶ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ମେଶେଲ୍‌ସ ଓ ମୋରିସସ ପଠାଯିବ । ଭାରତ ନିଜ ପଡୋଶୀ ଦେଶଗୁଡିକୁ 20 ମିଲିଅନ ଡୋଜ ଯୋଗାଣ କରିବ ବୋଲି ଜଣାପଡିଛି ।

ସୂଚନା ଆନୁଯାୟୀ ପଡୋଶୀ ଦେଶକୁ ଭ୍ୟାକ୍ସିନ ପଠାଇବାର ଯୋଜନା ଉପରେ ଚର୍ଚ୍ଚା ଜାରି ରହିଛି । କିଛି ଦେଶଗୁଡିକୁ ଭ୍ୟାକ୍ସିନର ମାଗଣାରେ ବଣ୍ଟନ ହେବ । ତେବେ ପ୍ରଥମ ପର୍ଯ୍ୟାୟ ଭ୍ୟାକ୍ସିନ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ପଠାଯିବ । ପଡୋଶୀ ଦେଶଗୁଡିକୁ ଭ୍ୟାକ୍ସିନ ପଠାଇବା ପରେ ଲାଟିନ ଆମେରିକା, ଆଫ୍ରିକା, ଓ ପୂର୍ବସୋଭିଏତ ଗଣରାଜ୍ୟ ଦେଶଗୁଡିକୁ ଟିକା ଯୋଗାଣ ହେବ ।

ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନାରୋ ଭାରତରେ ପ୍ରସ୍ତୁତ କୋରୋନା ଟିକା କୋଭିସିଲ୍ଡର 20 ଲକ୍ଷ ଡୋଜ ପଠାଇବାକୁ ଅନୁରୋଧ କରଛନ୍ତି । ଏହି ଭ୍ୟାକ୍ସିନ ପୁଣେର ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଇଛି । ସେପଟେ ପାଖାପାଖି 12ରୁ 20 ଦେଶ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନରେ ଋଚି ଦେଖାଇଛନ୍ତି । କାତାର, ସ୍ବିଜରଲ୍ୟାଣ୍ଡ, ବାହାରିନ, ଅଷ୍ଟ୍ରିଆ ଓ ଦକ୍ଷିଣ କୋରିଆ କୋରୋନା ଭ୍ୟାକ୍ସିନର ଅଭାବ ପୁରା କରିବା ପାଇଁ ଭାରତ ସହ ସମ୍ପର୍କ କରିଛନ୍ତି ।

ABOUT THE AUTHOR

...view details