ଓଡିଶା

odisha

ETV Bharat / bharat

PMGKYରେ 69 ହଜାର କୋଟିର ଆର୍ଥିକ ସହାୟତା ଆବଣ୍ଟିତ - ଭାରତର ଅର୍ଥନୀତିରେ ସୁଧାର

ବଜେଟ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଅର୍ଥନୀତିକୁ ସମ୍ବୋଧିତ କରିଛନ୍ତି । କୋରୋନା ସଙ୍କଟରେ ସମୟରେ ଭାରତ ଦେଖିଥିବା ଆର୍ଥିକ ସ୍ଥିତିରେ ଏବେ ସୁଧାର ଆସୁଛି । ଅଧିକ ପଢନ୍ତୁ...

ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିଛି ଭାରତ
ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିଛି ଭାରତ

By

Published : Jan 29, 2021, 1:10 PM IST

Updated : Jan 29, 2021, 1:54 PM IST

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି । ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କୋଭିଡ ଯୋଗୁଁ ଭୁଶୁଡି ପଡିଥିବା ଦେଶର ଅର୍ଥନୀତିରେ ସୁଧାର ଆସିବାରେ ଲାଗିଛି । ଏହାର ସଫଳତା ପଛରେ ସେ ଦେଶର ପ୍ରତିଟି ନାଗରିକଙ୍କୁ ଶ୍ରେୟ ଦେଇଛନ୍ତି । ଏହାସହ ବୈଷୟିକ ନିବେଶକ ପାଇଁ ଭାରତ ଏକ ଗନ୍ତବ୍ୟ ସ୍ଥଳ ପାଲଟିଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ।

ମହାମାରୀ ସମୟରେ ଗରିବଙ୍କ ଜୀବନ-ଜୀବିକାକୁ ସଂରକ୍ଷିତ ରଖିବାକୁ ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଏହି ଆର୍ଥିକ ପ୍ୟାକେଜରେ ଅର୍ଥନୀତି ପରିଚାଳନା ସହ ଦେଶର କୌଣସି ଗରିବ ଭୋକରେ ନ ରହେ ସେନେଇ ସରକାର ଗୁରୁତ୍ବ ଦେଇଥିଲେ । ମହାମାରୀ ସମୟରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନାକୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି ।

PMGKYରେ 69 ହଜାର କୋଟିର ଆର୍ଥିକ ସହାୟତା ଆବଣ୍ଟିତ

ଏହି ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଦେଶର 8 କୋଟି ଲୋକଙ୍କୁ ମାସିକ ଭାବରେ ପାଞ୍ଚ କିଲୋ ଶସ୍ୟ ମାଗଣାରେ ଯୋଗାଇ ଦିଆଯାଇଛି । ଦୀର୍ଘ 8 ମାସ ପର୍ଯ୍ୟନ୍ତ ମାଗଣା ଶସ୍ୟ ଯୋଗାଇଛନ୍ତି ସରକାର । କେବଳ ସେତିକି ନୁହେଁ, ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ଜୀବିକା ବଞ୍ଚାଇବାକୁ ମଧ୍ୟ ସରକାର ଅନେକ ପଦକ୍ଷେପ ଆପଣାଇଛନ୍ତି ।

ପ୍ରାଥମିକ ରିପୋର୍ଟରେ ମୁତାବକ, କୋଭିଡ ପ୍ରଭାବରୁ ଗରିବ ଓ ଅସୁରକ୍ଷିତ ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ (ପିଏମଜିକେପି) ମାଧ୍ୟମରେ 42 କୋଟି ଲୋକଙ୍କୁ 68,820 କୋଟିର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସଙ୍କଟ ସମୟରେ ସରକାର ମହିଳା, ଗରିବ ବରିଷ୍ଠ ନାଗରିକ ଓ କୃଷକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଏବଂ ନଗଦ ଦେୟ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଷ୍ଟ୍ରପତି ଉଭୟ ଗୃହର 3 ତିନୋଟି ସ୍ଥାନରେ ଅଭିଭାଷଣ ଦେଇଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ 18ଟି ବିରୋଧୀ ଦଳ କରିଛନ୍ତି ବର୍ଜନ । ଏହାପରେ 2020-21ରେ ଆର୍ଥିକ ସର୍ଭେ ଆଗତ କରିବେ ନିର୍ମଳାସୀତାରମଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 29, 2021, 1:54 PM IST

ABOUT THE AUTHOR

...view details