ଓଡିଶା

odisha

ETV Bharat / bharat

ଦୁଇ ଦେଶ ମଧ୍ୟରେ ବିବାଦ ନାହିଁ, ଭାରତ ଋଷିଆ ଠାରୁ ତୈଳ କ୍ରୟ ଜାରି ରଖିବ: ପେଟ୍ରୋଲିୟମ ମନ୍ତ୍ରୀ - ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ

ଭାରତ ଋଷିଆଠାରୁ ସର୍ବାଧିକ ଅଶୋଧିତ ତୈଳ କିଣୁଥିବା ନେଇ ଆଲୋଚନା ହେଉଛି । ଏହାକୁ ନେଇ ଏକ ସାକ୍ଷାତକାର ସ୍ପଷ୍ଟୋକ୍ତି ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ (Hardeep singh india russia oil deal)। ଅଧିକ ପଢ଼ନ୍ତୁ

India has no moral conflict to stop buying oil from Russia said Petroleum minister Hardeep Singh Puri
ଦୁଇ ଦେଶ ମଧ୍ୟରେ ବିବାଦ ନାହିଁ, ଭାରତ ଋଷିଆ ଠାରୁ ତୈଳ କ୍ରୟ ଜାରି ରଖିବ: ପେଟ୍ରୋଲିୟମ ମନ୍ତ୍ରୀ

By

Published : Nov 1, 2022, 4:49 PM IST

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ପରେ ଋଷିଆ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଲଗାତାର ପ୍ରୟାସ କରି ଆସୁଛନ୍ତି (Hardeep singh india russia oil deal)। ଏହାରି ମଧ୍ୟରେ ଭାରତ ଋଷିଆ ଠାରୁ ସର୍ବାଧିକ ଅଶୋଧିତ ତୈଳ କିଣୁଥିବା ନେଇ ଆଲୋଚନା ହେଉଛି । ଏହାକୁ ନେଇ ଏକ ସାକ୍ଷାତକାର ସ୍ପଷ୍ଟୋକ୍ତି ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ମନ୍ତ୍ରୀ କହିଛନ୍ତି, ଭାରତ ଋଷିଆ ଠାରୁ ତୈଳ କ୍ରୟ ଜାରି ରଖିବ । ଭାରତ ଋଷିଆ ଠାରୁ ମୋଟ ଅଶୋଧିତ ତୈଳରୁ କେବଳ ୦.୨ ପ୍ରତିଶତ କ୍ରୟ କରୁଛି ।

ଏକ ସାକ୍ଷାତକାରରେ ଋଷିଆ ଠାରୁ ଅଶୋଧିତ ତୈଳ କ୍ରୟକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ହରଦୀପ ସିଂହ ପୁରୀ କହିଛନ୍ତି, "ଭାରତ କୌଣସି ରାଷ୍ଟ୍ରଠାରୁ ସିଧାସଳଖ ଅଶୋଧିତ ତୈଳ କିଣୁନାହିଁ । ଦେଶରେ ଘରୋଇ ତୈଳ କମ୍ପାନୀଗୁଡ଼ିକ ରହିଛନ୍ତି, ଯେଉଁମାନେ ତୈଳ କ୍ରୟ କରୁଛନ୍ତି । ଋଷିଆ ଠାରୁ ଭାରତ ମାତ୍ର ୦.୨ ପ୍ରତିଶତ ତୈଳ କ୍ରୟ କରୁଛି । ଏହାଛଡ଼ା ଋଷିଆ ଠାରୁ ତୈଳ ନକିଣିବା ପାଇଁ ଆମ ପାଖରେ କିଛି କାରଣ ନାହିଁ । ଦୁଇ ଦେଶ ମଧ୍ୟରେ କୌଣସି ବିବାଦ ନାହିଁ, ଯେଉଁଥିପାଇଁ ଭାରତ ଋଷିଆ ଠାରୁ ତୈଳ କିଣିବା ବନ୍ଦ କରିବ ।"

ଭାରତ କେବେ ଚିନ୍ତା କରିନି କୌଣସି ନିର୍ଦ୍ଦିଷ୍ଟ ଦେଶ ଠାରୁ ତୈଳ କ୍ରୟ କରାଯିବ । ଯେଉଁ ସମୟରେ ଯେଉଁ ଦେଶ ପାଖରେ ତୈଳ ରପ୍ତାନୀ ପାଇଁ କ୍ଷମତା ଥାଏ ସେହି ସମୟରେ ଭାରତ ସେହି ଦେଶ ଠାରୁ ତେଲ କିଣିଛି । ଚଳିତ ବର୍ଷ ସୁଦ୍ଧା ଋଷିଆ ଠାରୁ ଭାରତ ମାତ୍ର ୦.୨ ପ୍ରତିଶତ ତୈଳ କ୍ରୟ କରିଛି । ୟୁରୋପୀୟ ଦେଶଗୁଡ଼ିକ ଗୋଟିଏ ଅପରାହ୍ନରେ ଏତିକି ପରିମାଣର ତେଲ ଋଷିଆ ଠାରୁ କିଣି ନେଉଛନ୍ତି । ତାହାକୁ ନେଇ କୌଣସି ଆଲୋଚନା ହେଉନାହିଁ । ଭାରତ ଋଷିଆ ଠାରୁ ଅଧିକ ତୈଳ କ୍ରୟ କରୁଥିବା ନେଇ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି । କିନ୍ତୁ ବାସ୍ତବରେ ତଥ୍ୟ ଦେଖିଲେ ସବୁ ଜିନିଷ ସ୍ପଷ୍ଟ ହୋଇ ପାରିବ ବୋଲି କହିଛନ୍ତି ହରଦୀପ ସିଂହ ପୁରୀ ।

ଋଷିଆ ଠାରୁ ତୈଳ କ୍ରୟ କରିବା ନେଇ ଭାରତ ଉପରେ କୌଣସି ଚାପ ନାହିଁ । କାରଣ ଭାରତ ବିଶ୍ବର ପଞ୍ଚମ ସର୍ବବୃହତ ଅର୍ଥନୀତିର ଦେଶ । ବର୍ତ୍ତମାନେ ଦେଶ ପରିବର୍ତ୍ତନ ଘଟୁଛି । ଭାରତ ପାଖରେ ଅନେକ ବ୍ୟାକଅପ୍‌ ପ୍ଲାନ୍‌ ରହିଛି । ଭାରତର ବର୍ତ୍ତମାନ ଆମେରିକା ଓ ୟୁରୋପ ସହ ଭଲ ସମ୍ପର୍କ ରହିଛି । ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ଭାରତ ଲଗାତାର ଆଲୋଚନା କରୁଛି । ମୋଦି ସରକାର କୌଣସି ଚାପରେ ନାହିଁ । ବର୍ତ୍ତମାନ ଭାରତ ପ୍ରାକୃତିକ ଶକ୍ତି ବ୍ୟବହାର କରିବାକୁ ଚିନ୍ତା କରୁଛି ।

ବାକି ରହିଲା ତୈଳ କ୍ରୟ କରିବା କଥା, ଗତ ମାସରେ ଇରାକଠାରୁ ଭାରତ ସର୍ବାଧିକ ତୈଳ କ୍ରୟ କରିଛି । ଭାରତର ଜନସଂଖ୍ୟା ୧୩୦ କୋଟି । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକଙ୍କ ନିକଟରେ ମୌଳିକ କିଭଳି ପହଞ୍ଚି ପାରିବ ତାହାକୁ ଧ୍ୟାନ ଦିଆଯାଉଛି । ଅନ୍ତର୍ଜାତୀୟ ସ୍ତରରେ ତୈଳଦର ବୃଦ୍ଧି ପାଇଲେ ଗୋଟିଏ ଦେଶର ସମ୍ପୂର୍ଣ୍ଣ ଅର୍ଥନୀତି ଉପରେ ପ୍ରଭାବ ପଡ଼େ । ଏହାସତ୍ତ୍ବେ ଅନ୍ତର୍ଜାତୀୟ ସ୍ତରରେ ଲଗାତାର ତୈଳ ଦର ବୃଦ୍ଧି ହେଉଛି । ଏଭଳି ସ୍ଥିତିରେ ମଧ୍ୟ ଭାରତ ତାର ଅର୍ଥନୀତି ସଜାଡ଼ିବାରେ ସକ୍ଷମ ରହିଛି । ଋଷିଆ ଠାରୁ ଭାରତ ତୈଳ କ୍ରୟ ଜାରି ରଖିବ । କିନ୍ତୁ ଭାରତକୁ ନେଇ ଯେଉଁ ଭ୍ରାନ୍ତ ଧାରଣା ରହିଛି ତାହା ସର୍ବସମ୍ମୁଖରେ ସ୍ପଷ୍ଟ ହେବା ଆବଶ୍ୟକ ।

ABOUT THE AUTHOR

...view details