ନୂଆଦିଲ୍ଲୀ:ଦେଶରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ବଢିବାରେ ଲାଗିଛି । ଅମ୍ଲଜାନର ଅଭାବ କାରଣରୁ ଅନେକ ରୋଗୀଙ୍କର ମୃତ୍ୟୁ ହେଉଛି । ଏ ମଧ୍ୟରେ ସରକାର ଓ ଜନତାଙ୍କ ମଧ୍ୟରେ ମାଧ୍ୟମ ସାଜିଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ମହାମାରୀର ଶିକାର ହେଉଛନ୍ତି । ଗତ 2 ସପ୍ତାହ ମଧ୍ୟରେ ଦେଶରେ ପ୍ରାୟ 45 ସାମ୍ବାଦିକଙ୍କ କୋରୋନା ଜନିତ ମୃତ୍ୟୁ ହେଲାଣି । ଏବେ ସୁଦ୍ଧା ପ୍ରାୟ 100 ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
2 ସପ୍ତାହରେ କୋରୋନା ନେଲାଣି 45 ସାମ୍ବାଦିକଙ୍କ ଜୀବନ - India has lost 45 journalists
ଦେଶରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ବଢିବାରେ ଲାଗିଛି । ଅମ୍ଲଜାନର ଅଭାବ କାରଣରୁ ଅନେକ ରୋଗୀଙ୍କର ମୃତ୍ୟୁ ହେଉଛି । ଏ ମଧ୍ୟରେ ସରକାର ଓ ଜନତାଙ୍କ ମଧ୍ୟରେ ମାଧ୍ୟମ ସାଜିଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ମହାମାରୀର ଶିକାର ହେଉଛନ୍ତି । ଅଧିକ ପଢନ୍ତୁ...
କୋରୋନା ନେଲାଣି 45 ସାମ୍ବାଦିକଙ୍କ ଜୀବନ
ଭାରତରେ ବର୍ତ୍ତମାନ ସୁଦ୍ଧା 2,00,000ରୁ ଅଧିକ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଆମେରିକା, ବ୍ରାଜିଲ ଏବଂ ମେକ୍ସିକୋ ପରେ ବିଶ୍ବର ଚତୁର୍ଥ ସର୍ବାଧିକ ମୃତ୍ୟୁସଂଖ୍ୟା ଭାରତରେ । ଅମ୍ଳଜାନ ଯୋଗାଣ କମ୍ ଏବଂ ଡାକ୍ତରଖାନାଗୁଡିକରେ ଶଯ୍ୟା ଅଭାବ ଫଳରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।
ବିଶେଷଜ୍ଞଙ୍କ କହିବାନୁସାରେ, ବର୍ତ୍ତମାନ ଭାରତରେ ସମୁଦାୟ ମୃତ୍ୟୁ ଓ ଆକ୍ରାନ୍ତଙ୍କ ଆକଳନ ଶେଷ ହୋଇନି । ଆଗକୁ ପ୍ରକୃତ ଆକଳନ, ସରକାରୀ ଆକଳନରୁ 10 ପ୍ରତିଶତ ଅଧିକ ହୋଇପାରେ ବୋଲି ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି ।