ଓଡିଶା

odisha

ଭାରତରେ ରହିଛି ପର୍ଯ୍ୟାପ୍ତ ଅକ୍ସିଜେନ, ପରିବହନରେ ଉପୁଜୁଛି ସମସ୍ୟା !

By

Published : Apr 26, 2021, 8:20 PM IST

ଭାରତରେ ପର୍ଯ୍ୟାପ୍ତ ମେଡିକାଲ ଅକ୍ସିଜେନ ରହିଛି, କିନ୍ତୁ କେବଳ ପରିବହନ ସମସ୍ୟା ରହିଥିବା କହିଛି କେନ୍ଦ୍ର । ଅଧିକ ପଢନ୍ତୁ...

ଭାରତରେ ରହିଛି ପର୍ଯ୍ୟାପ୍ତ ଅକ୍ସିଜେନ, ପରିବହନରେ ଉପୁଜୁଛି ସମସ୍ୟା !
ଭାରତରେ ରହିଛି ପର୍ଯ୍ୟାପ୍ତ ଅକ୍ସିଜେନ, ପରିବହନରେ ଉପୁଜୁଛି ସମସ୍ୟା !

ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଭୟ କରିବାର କିଛି କାରଣ ନାହିଁ । ଭାରତରେ ପର୍ଯ୍ୟାପ୍ତ ମେଡିକାଲ ଅକ୍ସିଜେନ ରହିଛି, କିନ୍ତୁ କେବଳ ପରିବହନ ସମସ୍ୟା ରହିଥିବା କହିଛି କେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି, ଆମ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ଗଚ୍ଛିତ ରହିଛି । ହେଲେ ଯେଉଁ ପରିବହନ ସମସ୍ୟା ରହିଛି, ତାକୁ ଖୁବ ଶିଘ୍ର ସମାଧାନ କରିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ ଗୃହମନ୍ତ୍ରଣାଳୟର କହିବାନୁଯାୟୀ, ଭାରତ ଏବେ ଅକ୍ସିଜେନ ଟ୍ୟାଙ୍କର୍‌ ଅର୍ଡର ଦେଇଛି । ହେଲେ ଅକ୍ସିଜେନ ଟ୍ୟାଙ୍କର ଗୁଡିକର ପରିବହନ ଏକ ବଡ ଚ୍ୟାଲେଞ୍ଜ ।

ABOUT THE AUTHOR

...view details