ଓଡିଶା

odisha

ETV Bharat / bharat

Humanitarian Aid to Ukraine: ୟୁକ୍ରେନକୁ ପୁଣି ମାନବୀୟ ସହୟତା ପଠାଇଲା ଭାରତ - ଋଷ ୟୁକ୍ରେନ ଯୁଦ୍ଧ

ୟୁକ୍ରେନକୁ ଜାରି ରହିଛି ଭାରତର ମାନବୀୟ ସହୟତା ଯୋଗାଣ । ଆଜି ହସ୍ତାନ୍ତର ହେଲା 12ତମ କନସାଇନମେଣ୍ଟ (12th consignment of humanitarian aid to Ukraine )। ଯୁଦ୍ଧ ଆରମ୍ଭରୁ ଏହି ଯୋଗାଣ ଶୃଙ୍ଖଳାକୁ ବଜାୟ ରଖିଛି ଭାରତ । ଅଧିକ ପଢନ୍ତୁ

humanitarian aid to Ukraine: ହସ୍ତାନ୍ତର ହେଲା 12 ତମ କନସାଇନମେଣ୍ଟ
humanitarian aid to Ukraine: ହସ୍ତାନ୍ତର ହେଲା 12 ତମ କନସାଇନମେଣ୍ଟ

By

Published : Sep 12, 2022, 5:44 PM IST

ନୂଆଦିଲ୍ଲୀ:ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବ୍ୟାପକ ପ୍ରଭାବିତ ହୋଇଥିବା ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଣ ପ୍ରକ୍ରିୟା ବଜାୟ ରଖିଛି ଭାରତ (India handed over humanitarian aid to Ukraine )। ଆଜି (ସୋମବାର) ଭାରତ ତାର ସହାୟତା ଶୃଙ୍ଖଳାର 12 କନସାଇନମେଣ୍ଟ ୟୁକ୍ରେନକୁ ହସ୍ତାନ୍ତର କରିଛି । ୟକ୍ରେନ ରାଜଧାନୀ କିଭରେ ଅବସ୍ଥାପିତ ଭାରତୀୟ ରାଷ୍ଟଦୂତ ହର୍ଷ କୁମାର ଜୈନ (Harsh Kumar Jain) ୟୁକ୍ରେନର ଉପ ସ୍ବାସ୍ଥ୍ୟମନ୍ତ୍ରୀ ଓଲକେସି ଇରେମେନକୋ (Oleksii Iaremenko) ଙ୍କୁ ଏହି କନସାଇନମେଣ୍ଟ ହସ୍ତାନ୍ତର କରିଛନ୍ତି । ଏଥିରେ ଔଷଧ, ଜରୁରୀ ମେଡିକାଲ ସାମଗ୍ରୀ ଓ ଅନ୍ୟ କିଛି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ରହିଛି ।

ଋଷର ପ୍ରଚଣ୍ଡ ଆକ୍ରମଣରେ (Russia Ukraine war) ୟୁକ୍ରେନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ସାଧାରଣ ଜୀବନଯାତ୍ରା ମଧ୍ୟ ଗଭୀର ପ୍ରଭାବିତ ହୋଇଛି । ଏପରି ମାନବୀୟ ସଙ୍କଟ ସ୍ଥିତିରେ ଭାରତ ତାର ନୈତିକ ଉତ୍ତର ଦାୟିତ୍ବ ଲିଭାଇବାକୁ ଯାଇ ମାନବୀୟ ସହାୟତା ଯୋଗାଇ ଚାଲିଛି । ଯୁଦ୍ଧ ଆରମ୍ଭରୁ ଏହି ଯୋଗାଣ ଶୃଙ୍ଖଳା ଆରମ୍ଭ ହୋଇଥିବା ବେଳେ ତାହା ଏବେ ମଧ୍ୟ ଜାରି ରହିଛି । ଏକାଧିକ ପର୍ଯ୍ୟାୟରେ ଔଷଧ, ଚିକିତ୍ସା ଉପକରଣ ସାମଗ୍ରୀ ଓ ଖାଦ୍ୟ ଆଦି ପଠାଇ ସାରିଛି ଭାରତ । ଆଜି ଏହି ଶୃଙ୍ଖଳାର 12ତମ କନସାଇନମେଣ୍ଟ ୟୁକ୍ରେନକୁ ହସ୍ତାନ୍ତର କରିଛି ଭାରତ (humanitarian aid to Ukraine)।

ପର୍ବ ୟୁରୋପୀୟ ଦେଶ ୟୁକ୍ରେନ ନାଟୋରେ ସାମିଲ ହେବା ନେଇ ମନ ବଳାଇବା ପରେ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଋଷ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକାଧିକ ଚେତାବନୀ ସତ୍ତ୍ବେ ମଧ୍ୟ ୟୁକ୍ରେନ ଆମେରିକା ଓ ନାଟୋ ପ୍ରତି ଆଗକୁ ବଢିବା ଯୋଗୁ ଋଷର ଜାତୀୟ ସୁରକ୍ଷା କାରଣରୁ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମିଳିଥିବା ମସ୍କୋ କହିଥିଲା । ତେବେ ଋଷର ପ୍ରଚଣ୍ଡ ଆକ୍ରଣ ସତ୍ତ୍ବେ ମଧ୍ୟ ପଶ୍ଚିମ ଦେଶଙ୍କ ସହଯୋଗରେ ଏବେ ମଧ୍ୟ ଲଢେଇ ଜାରି ରଖିଛି ୟୁକ୍ରେନ । ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ମାନବୀୟ ସଙ୍କଟ ସୃଷ୍ଟି ହେବାକୁ ନେଇ ମିଳିତ ଜାତିସଂଘ ଉଦବେଗ ପ୍ରକାଶ କରିବା ସହ ଆକ୍ରମଣ ବନ୍ଦ କରିବା ପାଇଁ ଋଷକୁ କହିଥିଲା । ଋଷ କିନ୍ତୁ ଏ ଦିଗରେ କର୍ଣ୍ଣପାତ ନକରି ସାମରିକ କାର୍ଯ୍ୟାନୁଷ୍ଠାନ ଅଦ୍ୟାବଧି ଜାରି ରଖିଛି ।

ଭାରତ ଏହି ପ୍ରସଙ୍ଗରେ କୌଣସି ପକ୍ଷଭୁକ୍ତ ନହୋଇ କୂଟନୈତିକ ଆଲୋଚନା ମାଧ୍ୟମରେ ଉଭୟ ଦେଶ ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ପ୍ରାରମ୍ଭରୁ କହି ଆସିଛି । ପ୍ରଥମେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବାକୁ ପ୍ରାଥମିକତା ଦେଇଥିଲେ ଭାରତ ସରକାର । ଭାରତୀୟଙ୍କୁ ଫେରାଇ ଅଣାଯିବା ପାଇଁ ଅପରେସନ ଗଙ୍ଗା କାର୍ଯ୍ୟକାରୀ କରାଯାଇଥିଲା । ପରେ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ମଧ୍ୟ ମାନବୀୟ ସହୟତା ଯୋଗାଣ ଆରମ୍ଭ କରିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details