ଓଡିଶା

odisha

ETV Bharat / bharat

ଆରମ୍ଭ ହେବ ଅତୁଲ୍ୟ ଭାରତ ୩.୦ ଅଭିଯାନ, ପର୍ଯ୍ୟଟନ କ୍ଷେତ୍ରରେ ହେବ ପରିବର୍ତ୍ତନ - ଆରମ୍ଭ ହେବ ଅତୁଲ୍ୟ ଭାରତ ୩.୦ ଅଭିଯାନ

କୋରୋନା ମହାମାରୀ ପରେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଅତୁଲ୍ୟ ଭାରତ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

ଆରମ୍ଭ ହେବ ଅତୁଲ୍ୟ ଭାରତ ୩.୦ ଅଭିଯାନ, ପର୍ଯ୍ୟଟନ କ୍ଷେତ୍ରରେ ହେବ ପରିବର୍ତ୍ତନ
ଆରମ୍ଭ ହେବ ଅତୁଲ୍ୟ ଭାରତ ୩.୦ ଅଭିଯାନ, ପର୍ଯ୍ୟଟନ କ୍ଷେତ୍ରରେ ହେବ ପରିବର୍ତ୍ତନ

By

Published : Apr 30, 2022, 3:06 PM IST

ନୂଆଦିଲ୍ଲୀ:କୋରୋନା ମହାମାରୀ ପରେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି । ପର୍ଯ୍ୟଟକମାନେ ନିଜ ମନ ମୁତାବକ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଅତୁଲ୍ୟ ଭାରତ ଅଭିଯାନ ଆରମ୍ଭ ହେବାକୁ ଯାଇଛି । ଏହି ଅଭିଯାନରେ ପର୍ଯ୍ୟଟକ ଭ୍ରମଣର ମଜା ନେବା ସହ ସ୍ଥାନ ସମ୍ପର୍କରେ କିଛି ଶିଖିପାରିବେ ।

ପର୍ଯ୍ୟଟନ ମନ୍ତ୍ରାଳୟର ମହା ନିର୍ଦ୍ଦେଶକ ରୁପିନ୍ଦର ବରାର କହିଛନ୍ତି ଯେ, "କୋଭିଡ ପରେ ପର୍ଯ୍ୟଟକଙ୍କ ଚାହିଦା ସହ ଚିନ୍ତାଧାରା ବଦଳିଛି । ବର୍ତ୍ତମାନ ପର୍ଯ୍ୟଟକମାନେ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିବା ସହିତ ଉକ୍ତ ସ୍ଥାନ ବିଷୟରେ କିଛି ଜାଣିବାକୁ ବା ଶିଖିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଅତୁଲ୍ୟ ଭାରତ ୩.୦ ଅଭିଯାନ ଏହି ସବୁ ଦିଗ ଉପରେ ଧ୍ୟାନ ଦିଆଯାଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଜଣେ ପର୍ଯ୍ୟଟକ ଯୋଧପୁର ଯାଇଥାନ୍ତି, ତେବେ ସେମାନେ ପର୍ଯଚନ ସ୍ଥାନ ଭ୍ରମଣ କରିବା ସହ ସବୁ ସ୍ଥାନରେ ସ୍ବତନ୍ତ୍ର ସ୍ଥାନରେ ଜୋତା ବିକ୍ରି ହେବା କଥା ଦେଖିବାକୁ ପାଇଥାନ୍ତି । ତେବେ ଅଧିକାଂଶ ପର୍ଯ୍ୟଟକ ଦେକାନୀ ମାନଙ୍କୁ ଜୋତା ତିଆରି କରିବାର ପ୍ରକ୍ରିୟା ବିଷୟରେ ପଚାରି ବୁଝିଥାନ୍ତି । ଏହି ଅତୁଲ୍ୟ ଭାରତ 3.0 ଅଭିଯାନରେ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ, ପରିଦର୍ଶନ କରିବାର ଅଭିଜ୍ଞତା ଏବଂ ତାଲିମ ଅନ୍ତର୍ଭୁକ୍ତ ହୋଇଛି।

ମନ୍ତ୍ରାଳୟ ପକ୍ଷରୁ ୨୦୦୨ରେ ଅତୁଲ୍ୟ ଭାରତ ଅଭିଯାନ ଆରମ୍ଭ ହୋଇଥିଲା । ଏହା ଅଭିଯାନରେ ହିମାଳୟ, ବନ୍ୟଜନ୍ତୁ, ଯୋଗ ଏବଂ ଆୟୁର୍ବେଦ ପ୍ରତି ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ସହ ୨୦୧୭ ମସିହାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅତୁଲ୍ୟ ଭାରତ ୨.୦ ଅଭିଯାନ ଆରମ୍ଭ ହୋଇଥିଲା । ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ବ ଦେବା ନିମନ୍ତେ ଡିଜିଟାଲ ଓ ସୋସିଆଲ ମିଡିଆ ଉପରେ ଗୁରୁତ୍ବାରୋପ କରାଯାଉଥିଲା ।

ABOUT THE AUTHOR

...view details