ଓଡିଶା

odisha

ETV Bharat / bharat

ଦେଶରେ ପ୍ରଥମ, ପଶୁଙ୍କ ପାଇଁ ଆସିଲା IVF ମୋବାଇଲ ୟୁନିଟ - ଆଇଭିଏଫ

ପଶୁଙ୍କ ପାଇଁ ଗୁଜୁରାଟର ଅମରେଲିରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (In vitro fertilization) ଲ୍ୟାବର ଉଦଘାଟନ ହୋଇଛି । ଅଧିକ ପଢନ୍ତୁ

ivf mobile unit for animals
ivf mobile unit for animals

By

Published : Jan 2, 2023, 9:06 AM IST

ଗାନ୍ଧୀନଗର:ଭାରତକୁ ମିଳିଲା ପ୍ରଥମ ଆଇଭିଏଫ ମୋବାଇଲ ୟୁନିଟ । ପଶୁଙ୍କ ପାଇଁ ଗୁଜୁରାଟର ଅମରେଲିରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (In vitro fertilization) ଲ୍ୟାବର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପେଲ ।

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ''ଏହି ଆଇଭିଏଫ ମୋବାଇଲ ଭ୍ୟାନ ଭାରତ ସରକାର ଏବଂ ଅମର ଡାଏରୀ ମିଳିତ ଉଦ୍ୟମରେ ସଫଳତାର ସହ ସମର୍ପିତ କରାଯାଇଛି । ଏହା ହେଉଛି ଭାରତର ପ୍ରଥମ ଆଇଭିଏଫ୍ ମୋବାଇଲ୍ ୟୁନିଟ୍ । ଏହି ୟୁନିଟ୍ ସହାୟତାରେ ଆଜିଠାରୁ ଆମରେଲିର ପଶୁ ପାଳକମାନଙ୍କୁ ଆଇଭିଏଫ୍ ଟେକ୍ନୋଲୋଜି ଯୋଗାଇବା କାର୍ଯ୍ୟ ଆରମ୍ଭ ହେବ ।''

ଏହା ବି ପଢନ୍ତୁ...ସୋଲାପୁର ବାଣ କାରଖାନା ବିସ୍ଫୋରଣରେ 3 ମୃତ, 10 ଆହତ

ପ୍ରକାଶ ଥାଉକି, ଆଇଭିଏଫ ଏକ ଜଟିଳ ପ୍ରଣାଳୀ ଯାହାକି ପଶୁଙ୍କ ଗର୍ଭଧାରଣରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହୁଏ । ପ୍ରାଣୀମାନଙ୍କରେ ଉଚ୍ଚ ହାରରେ ଉନ୍ନତ ମହିଳା ବୀଜାଣୁର ଗୁଣନ ପାଇଁ ଏହା ଏକ ଉନ୍ନତ ପ୍ରଜନନ ପ୍ରଯୁକ୍ତିବିଦ୍ୟା । ପୂର୍ବରୁ ଏହି ଆଇଭିଏଫ ବା କୃତ୍ରିମ ଗର୍ଭଧାରଣ ଚର୍ଚ୍ଚାରେ ଥିଲା । ଏହି ପଦ୍ଧତିରେ ଦେଶରେ ଜନ୍ମ ନେଇଥିଲା ପ୍ରଥମ ଟେଷ୍ଟ ଟ୍ୟୁବ୍ ମଇଁଷି ଛୁଆ । ଏହି ମଇଁଷି ବନ୍ନି ପ୍ରଜାତିର ଥିଲା । ଗୁଜୁରାଟର କଚ୍ଛ ଅଞ୍ଚଳରେ ବନ୍ନି ପ୍ରଜାତିର ଏକ ମଇଁଷିର IVF ପଦ୍ଧତିରେ କୃତ୍ରିମ ଗର୍ଭଧାରଣ କରାଯାଇଥିଲା । ଯାହାର ସଫଳତାର ସହ ପ୍ରଜନନ ହୋଇଥିଲା । ଏହି ପ୍ରଜାତିର ମଇଁଷି ପ୍ରଥମ ଥର ପାଇଁ IVF ମାଧ୍ୟମରେ ଛୁଆ ଜନ୍ମ କରାଯିବା ପ୍ରଥମ ଘଟଣା ଥିଲା ।

ABOUT THE AUTHOR

...view details