ଓଡିଶା

odisha

ETV Bharat / bharat

ଭାରତକୁ ମିଳିଲା ପ୍ରଥମ ସାମୁଦ୍ରିକ ସୁରକ୍ଷା ସଂଯୋଜକ - ଭାରତକୁ ମିଳିଲା ପ୍ରଥମ ସାମୁଦ୍ରିକ ସୁରକ୍ଷା ସଂଯୋଜକ

ଦେଶର ପ୍ରଥମ ସାମୁଦ୍ରିକ ସୁରକ୍ଷା ସଂଯୋଜକ ଭାବେ ନିଯୁକ୍ତ ହେଲେ ଭାଇସ ଆଡମିରାଲ ଜି ଅଶୋକ କୁମାର । ଗତବର୍ଷ ଜୁଲାଇରେ ଭାରତୀୟ ନୌସେନାର ଉପମୁଖ୍ୟ ଭାବେ ଅବସର ନେଇଥିଲେ ଜି ଅଶୋକ କୁମାର। ଅଧିକ ପଢନ୍ତୁ

ଭାରତକୁ ମିଳିଲା ପ୍ରଥମ  ସାମୁଦ୍ରିକ ସୁରକ୍ଷା ସଂଯୋଜକ
ଭାରତକୁ ମିଳିଲା ପ୍ରଥମ ସାମୁଦ୍ରିକ ସୁରକ୍ଷା ସଂଯୋଜକ

By

Published : Feb 17, 2022, 9:48 AM IST

ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଥମ ସାମୁଦ୍ରିକ ସୁରକ୍ଷା ସଂଯୋଜକ (India's first national maritime security coordinator) । ଗତକାଲି ସାମୁଦ୍ରିକ ସୁରକ୍ଷା ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି ଭାଇସ ଆଡମିରାଲ ଜି ଅଶୋକ କୁମାର । ଗତବର୍ଷ ଜୁଲାଇରେ ଭାରତୀୟ ନୌସେନାର ଉପମୁଖ୍ୟ ଭାବେ ଅବସର ନେଇଥିଲେ ଜି ଅଶୋକ କୁମାର । ଦୀର୍ଘ ଦିନର ପ୍ରତିକ୍ଷା ପରେ ଗତକାଲି ନ୍ୟାସନାଲ ମେରିଟାଇନ ସିକ୍ୟୁରିଟି କୋର୍ଡିନେଟର (NMSC) ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି ।

ଏନଏସଏ ଅଜିତ ଡୋଭାଲଙ୍କ ନେତୃତ୍ୱରେ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ସହିତ ସମନ୍ୱୟ ରକ୍ଷା କରି NMSC କାର୍ଯ୍ୟ କରିବ । ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ, ଉପକୂଳ ତଥା ସାମୁଦ୍ରିକ ସୁରକ୍ଷା ସହ ଜଡିତ ସୁରକ୍ଷା ଏଜେନ୍ସି ଏବଂ 13ଟି ଉପକୂଳବର୍ତ୍ତୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଏନଏମଏସସି ସମନ୍ୱୟ ରକ୍ଷା କରିବାକୁ ଦାୟିତ୍ବ ଦିଆଯାଇଛି । ଭାରତର ପାଖାପାଖି 7,500 କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳ ରହିଛି ।

ଏହି ପଦବୀ ସୃଷ୍ଟି କରିବା ନେଇ ଗତବର୍ଷ କ୍ୟାବିନେଟ ସୁରକ୍ଷା କମିଟି ଅନୁମୋଦନ ଦେଇଥିଲା । ମୁମ୍ବାଇ ଆକ୍ରମଣ ପରେ ସାମୁଦ୍ରିକ ତଟ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ବିଭିନ୍ନ ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଲାଗି ଚିନ୍ତା କରାଯାଇଥିଲା । କିନ୍ତୁ ଆକ୍ରମଣର ୧୪ ବର୍ଷ ପରେ ଏହି ପଦବୀରେ ନିଯୁକ୍ତି କରାଯାଇଛି ।

ABOUT THE AUTHOR

...view details