ଓଡିଶା

odisha

ETV Bharat / bharat

ସୀମାରେ ପ୍ରତିଟି ଆହ୍ବାନ ପାଇଁ ଭାରତୀୟ ସେନା ପ୍ରସ୍ତୁତ: BSF DG - ସୀମା ଅଞ୍ଚଳ

ସୀମାବର୍ତ୍ତୀ ଅଞ୍ଚଳରେ ଶତ୍ରୁଙ୍କ ଦ୍ବାରା ଯେକୌଣସି ପରିସ୍ଥିତିର ଜବାବ ଦେବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ବୋଲି କହିଛନ୍ତି BSF DG ଏସ.ଏସ ଦେଶୱାଲ । ଅଧିକ ପଢନ୍ତୁ...

ସୀମାରେ ପ୍ରତିଟି ଆହ୍ବାନ ପାଇଁ ଭାରତୀୟ ସେନା ପ୍ରସ୍ତୁତ: BSF DG
ସୀମାରେ ପ୍ରତିଟି ଆହ୍ବାନ ପାଇଁ ଭାରତୀୟ ସେନା ପ୍ରସ୍ତୁତ: BSF DG

By

Published : Aug 15, 2021, 2:10 PM IST

ଚଣ୍ଡିଗଡ଼: ସୀମାବର୍ତ୍ତୀ ଅଞ୍ଚଳରେ ଶତ୍ରୁଙ୍କ ଦ୍ବାରା ସୃଷ୍ଟି ହେଉଥିବା ଯେକୌଣସି ପରିସ୍ଥିତି ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେବେ ପଞ୍ଜାବର ୱାଘା ବର୍ଡରରେ ବାଇକ ରାଲି ସମୟରେ BSF DG ଏସ.ଏସ ଦେଶୱାଲ ସୂଚନା ଦେଇଛନ୍ତି ।

ପାକିସ୍ତାନ ଓ ଭାରତ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଘଂନକୁ ନେଇ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି । ପାକିସ୍ତାନ ଡ୍ରୋନ ମାଧ୍ୟମରେ ଜମ୍ମୁକାଶ୍ମୀରର ଆତଙ୍କବାଦ ସଙ୍ଗଠନ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଉଛି । ଏହାକୁ ମଧ୍ୟ ଅକାମୀ କରିଛି ଭାରତୀୟ ସେନା । କିନ୍ତୁ ଚୁକ୍ତି ସତ୍ତ୍ବେ ସୀମାବର୍ତ୍ତୀ ଅଞ୍ଚଳରେ ସବୁ ପ୍ରକାର ପରିସ୍ଥିତିକୁ ସାମନା କରିବା ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୁରକ୍ଷା ବାହିନୀ ଟେକ୍ନୋଲାଜିକୁ ବ୍ୟବହାର କରି ଏହି କାର୍ଯ୍ୟକୁ ରୋକିବାରେ ସକ୍ଷମ ବୋଲି ସେ କହିଛନ୍ତି ।

ତାଲିବାନ ଆଫଗାନିସ୍ତାନର ଅନେକ ବୃହତ ସହରକୁ କବଜା କରିବାରେ ଲାଗିଛି । ତେବେ ଏହି ପରିସ୍ଥିତିକୁ ନଜରରେ ରଖି ସୀମାବର୍ତ୍ତୀ ଅଞ୍ଚଳରେ ସେନାମାନେ ପ୍ରସ୍ତୁତ ରହିଛନ୍ତି । ଏଭଳି ପରିସ୍ଥିତି ପାଇଁ ଭାରତୀୟ ସେନା ପୂର୍ବରୁ ଯୋଜନା ପ୍ରସ୍ତୁତ କରିଛି । ତେବେ ସୂଚନା ଥାଉ କି ରାଜ୍ୟ ଗୃହମନ୍ତ୍ରୀ ନିତ୍ୟନାନ୍ଦ ରାୟଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ଜମ୍ମୁକାଶ୍ମୀରରେ ପାକିସ୍ତାନ ୬୬୪ ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଛି ।

ଜାନୁଆରୀରେ ୩୮୦ଟି ଅସ୍ତ୍ରବିରତି ଉଲ୍ଲଘଂନ ହୋଇଥିବା ବେଳେ ଫେବୃଆରୀରରେ ୨୭୮ଟି,ଏପ୍ରିଲରେ ଗୋଟିଏ, ମେ ମାସରେ ୩ଟି ଓ ଜୁନରେ ୨ଟି ହୋଇଛି ବୋଲି ସୂଚନା ମିଳିଛି ।

@ANI

ABOUT THE AUTHOR

...view details