ନୂଆଦିଲ୍ଲୀ: ମେକ ଇନ ଇଣ୍ଡିଆ ମିଶନକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ ପରେ ଭାରତ- ଆମେରିକା ମଧ୍ୟରେ ହୋଇଥିବା curtailed Predator drone କ୍ରୟ ଚୁକ୍ତିନାମାର ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ତିନି ତାରକା ପାହ୍ୟାର ଅଧିକାରୀଙ୍କୁ ଏହି ଉଚ୍ଚସ୍ତରୀୟ କମିଟିରେ ସାମିଲ କରାଯାଇଛି । ଯୁକ୍ତରାଷ୍ଟ୍ର ସହ ହୋଇଥିବା ଚୁକ୍ତିନାମାକୁ ଏହି କମିଟି ଅନୁଧ୍ୟାନ କରିବା ସହ କାର୍ଯ୍ୟକାରୀ କରିବା ନେଇ ନିଷ୍ପତ୍ତି ନେବ ।
ସୂଚନା ଅନୁସାରେ, ଭାରତ ଆମେରିକା ଠାରୁ ଉଚ୍ଚ ଶକ୍ତିସମ୍ପନ୍ନ ଏହି ବର୍ଗର 30ଟି ଡ୍ରୋନ କିଣିବା ପାଇଁ ନିଷ୍ପତ୍ତି ନେଇଛି । ଏହି ଅତ୍ୟାଧୁନିକ ଡ୍ରୋନରେ ଉଚ୍ଚ ଦକ୍ଷତା ସମ୍ପନ୍ନ ନିରୀକ୍ଷଣ କ୍ଷମତା ସହ ମିସାଇଲ ପରିବହନ କ୍ଷମତା ମଧ୍ୟ ରହିଛି । ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ମୁଖ୍ୟାଳୟର ଜଣେ ଲେଫ୍ଟନାଣ୍ଟ ଜେନେରାଲ ପାହ୍ୟାର ଅଧିକାରୀଙ୍କ ଅଧୀନରେ ଏକ କମିଟି ଗଠନ କରାଯାଇଛି ଯେଉଁଥିରେ, ତିନି ସେବାରେ କେତେ ପରିମାଣରେ ଏହି ଡ୍ରୋନ ଆବଶ୍ୟକତା ରହିଛି ଓ କେତୋଟି କ୍ରୟ କରାଯିବ ତାହା ନିର୍ଣ୍ଣୟ କରାଯିବ । ସେହିପରି ଯେପର୍ଯ୍ୟନ୍ତ ଏହି ଉପକରଣଗୁଡ଼ିକ ସ୍ୱଦେଶୀ ଭାବରେ ବିକଶିତ ହେବା ସମ୍ଭବ ନ ହୋଇଛି ସେ ପର୍ଯ୍ୟନ୍ତ କେତେ ସଂଖ୍ୟକ ଡ୍ରୋନର ଆବଶ୍ୟକତା ରହିଛି ତାହା ମଧ୍ୟ ଏହି କମିଟି ସ୍ଥିର କରିବ ।