ଓଡିଶା

odisha

ଫେବୃଆରୀ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା

By

Published : Jan 19, 2022, 3:34 PM IST

କୋରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ । ଅଧିକ ପଢନ୍ତୁ

ଫେବୃଆରୀ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ଆନ୍ତର୍ଜାତୀୟ ଉଡାଣ
ଫେବୃଆରୀ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ଆନ୍ତର୍ଜାତୀୟ ଉଡାଣ

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସମୟ (Commercial International Passenger Flights) । ଏଥିରେ ଲଗା ଯାଇଥିବା ନିଷେଧାଦେଶକୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୋରୋନା ମହାମାରୀ ଭୟାବହତାକୁ ଦୃଷ୍ଟିରେ ରଖି ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ଉଡାଣ । ଏନେଇ ଆଜି (ବୁଧବାର) ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

କୋରୋନା ମହାମାରୀ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଚାରିଆଡେ ଚିନ୍ତା ବଢିବା ମଧ୍ୟରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକକୁ ଫେବୃଆରୀ 28 ପର୍ଯ୍ୟନ୍ତ ବୃଦ୍ଧି କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ସର୍କୁଲାରରେ କହିଛି, ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ସେବା ସ୍ଥଗିତାଦେଶକୁ ଭାରତରୁ ଫେବୃଆରୀ 28, 2022 ପର୍ଯ୍ୟନ୍ତ 23.59 ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

@ANI

ABOUT THE AUTHOR

...view details