ଓଡିଶା

odisha

ETV Bharat / bharat

ଆଫଗାନିସ୍ତାନରେ ତାଲିବାନ ଆତଙ୍କ, ଦୂତାବାସ କର୍ମଚାରୀଙ୍କୁ ସ୍ବଦେଶ ଡକାଇଲା ଭାରତ

ଆଫଗାନିସ୍ତାନର ମଜାର-ଏ-ସରିଫସ୍ଥିତ କନ୍ସୁଲେଟରରେ କାର୍ଯ୍ୟରତ ଭାରତୀୟ କର୍ମଚାରୀଙ୍କୁ ସ୍ବଦେଶ ଫେରାଇ ଅଣାଯିବ । ତାଲିବାନ ଆତଙ୍କବାଦୀଙ୍କ କବଜାରେ ରହିଛି ଆଫଗାନିସ୍ତାନ । ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ତାଲିବାନ ଆତଙ୍କ, ଦୂତାବାସ କର୍ମଚାରୀଙ୍କୁ ସ୍ବଦେଶ ଡକାଇଲା ଭାରତ
ଆଫଗାନିସ୍ତାନରେ ତାଲିବାନ ଆତଙ୍କ, ଦୂତାବାସ କର୍ମଚାରୀଙ୍କୁ ସ୍ବଦେଶ ଡକାଇଲା ଭାରତ

By

Published : Aug 10, 2021, 3:43 PM IST

ନୂଆଦିଲ୍ଲୀ: ଚରମ ସୀମାରେ ପହଁଞ୍ଚିଛି ତାଲିବାନ ଆତଙ୍କବାଦୀଙ୍କ ଔଦ୍ଧତାମୀ । ନିୟମ ନମାନିଲେ ମୃତ୍ୟୁ । ଚାଲିଛି ନରସଂହାର । ଆଉ ଭିଜୁଛି ଆଫଗାନିସ୍ତାନ ମାଟି । ଆଫଗାନିସ୍ତାନରେ ଦିନକୁ ଦିନ ବିଗିଡିଚାଲିଥିବା ପରିସ୍ଥିତି ମଧ୍ୟରେ ବଡ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର ।

ଆଫଗାନିସ୍ତାନର ମଜାର-ଏ-ସରିଫସ୍ଥିତ କନ୍ସୁଲେଟରରେ କାର୍ଯ୍ୟରତ ଭାରତୀୟ କର୍ମଚାରୀଙ୍କୁ ସ୍ବଦେଶ ଫେରାଇ ଅଣାଯିବ । ତାଲିବାନ ଆତଙ୍କବାଦୀଙ୍କ କବଜାରେ ରହିଛି ଆଫଗାନିସ୍ତାନ । ଗତ ଦୁଇ ତିନି ଦିନ ମଧ୍ୟରେ ତାଲିବାନ ଆତଙ୍କବାଦୀମାନେ ୫ଟି ରାଜ୍ୟର ରାଜଧାନୀକୁ ନିଜ କମବଜାକୁ ନେଇସାରିଛନ୍ତି । ଏହି କାରଣରୁ ଭାରତ ନିଜ ଅଧିକାରୀଙ୍କୁ ନେଇ କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନାହିଁ ।

ମଜାର-ଏ-ସରିଫରେ ଉପସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ମଙ୍ଗଳବାର ସଂଧ୍ୟାରେ ମଜାର-ଏ-ସରିଫରୁ ଗୋଟିଏ ସ୍ବତନ୍ତ୍ର ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ । ଏହି ବିମାନରେ କର୍ମଚାରୀମାନଙ୍କୁ ଭାରତ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାରେ କୁହାଯାଇଛି ଯେ ଯେଉଁ ଭାରତୀୟଙ୍କୁ ଦିଲ୍ଲୀ ଆସିବାର ଅଛି, ସେମାନେ ସଙ୍ଗସଙ୍ଗେ ନିଜର ସମ୍ପୂର୍ଣ୍ଣ ନାଁ, ପାସପୋର୍ଟ ନମ୍ବର ଓ ଅନ୍ୟ ସୂଚନା ହ୍ବାଟ୍ସଆପରେ ପଠାନ୍ତୁ । ଏହାସହିତ ଦୁଇଟି ଫୋନ ନମ୍ବର (0785891303, 0785891301) ଦିଆଯାଇଛି ।

ଆଫଗାନିସ୍ତାନର ଅନେକ ସହରରେ ଏବେ ତାଲିବାନ ଆତଙ୍କବାଦୀଙ୍କ କବଜା ରହିଛି । ରାଜଧାନୀ କାବୁଲ ସମେତ କିଛି ଅନ୍ୟ ସ୍ଥାନରେ ଆଫଗାନିସ୍ତାନ ସରକାର ସକ୍ରିୟ ରହିଛନ୍ତି । ଗୋଟିଏ ପକ୍ଷେ ତାଲିବାନ ଆଲୋଚନାର କଥା କହୁଥିବାବେଳେ ଅନ୍ୟପକ୍ଷେ ଆଫଗାନି ସେନା ଉପରେ କ୍ରମାଗତ ଆକ୍ରମଣ କରିଚାଲିଛି ।

ABOUT THE AUTHOR

...view details