ଓଡିଶା

odisha

ETV Bharat / bharat

ୟୁଏଇରେ କାର୍ଯ୍ୟରତ ଭାରତୀୟଙ୍କ ପାଇଁ ଖୁସି ଖବର, ଆସନ୍ତା 23ରୁ ଉଡିବ ବିମାନ - ଏମିରେଟ୍ସ ଏୟାରଲାଇନ୍ସ

ଦୁବାଇ କମ୍ପାନୀ ଏମିରେଟ୍ସ ଏୟାରଲାଇନ୍ସ ଜୁନ 23ରୁ ଭାରତରୁ ଫ୍ଲାଇଟ ସେବା ଆରମ୍ଭ କରିବା ନେଇ କରିଛି ଘୋଷଣା । ଅଧିକ ପଢନ୍ତୁ...

ୟୁଏଇରେ କାର୍ଯ୍ୟରତ ଭାରତୀୟଙ୍କ ପାଇଁ ଖୁସି ଖବର, ଆସନ୍ତା 23ରୁ ଉଡିବ ବିମାନ
ୟୁଏଇରେ କାର୍ଯ୍ୟରତ ଭାରତୀୟଙ୍କ ପାଇଁ ଖୁସି ଖବର, ଆସନ୍ତା 23ରୁ ଉଡିବ ବିମାନ

By

Published : Jun 20, 2021, 10:38 PM IST

ନୂଆଦିଲ୍ଲୀ: ୟୁଏଇରେ କାମ କରୁଥିବା ଭାରତୀୟଙ୍କ ପାଇଁ ଖୁସିଖବର । ଦୁବାଇ କମ୍ପାନୀ ଏମିରେଟ୍ସ ଏୟାରଲାଇନ୍ସ ଜୁନ 23ରୁ ଭାରତରୁ ଫ୍ଲାଇଟ ସେବା ଆରମ୍ଭ କରିବା ନେଇ କରିଛି ଘୋଷଣା ।

କୋରୋନା ଭ୍ୟାକ୍ସିନ ନେଇସାରିଥିବା ଭାରତ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ନାଗରିକଙ୍କୁ ୟୁଏଇରେ ନିଜ ଘରକୁ ଆସିବାକୁ ଅନୁମତି ଦେଇଛି ଦୁବାଇ ବିପର୍ଯ୍ୟୟ ପରିଚାଳନା କମିଟି ।

ଏମିରେଟ୍ସ ଏୟାରଲାଇନ୍ସ ଟ୍ବିଟ କରି କହିଛି ଯେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆରୁ ଯାତ୍ରୀଙ୍କୁ ଅନୁମତି ଦେବା ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ପ୍ରୋଟୋକଲ ଅନୁସରଣ କରି ବିମାନସେବା ଜୁନ 23ରୁ ଆରମ୍ଭ ହେବାକୁ ଯାଉଛି ।

ଭାରତରୁ ଦୁବାଇ ଯାତ୍ରା ପାଇଁ ରଖାଯାଇଛି ସର୍ତ୍ତ...

1. କେବଳ ସେହି ଭାରତୀୟ ଯେଉଁମାନେ ୟୁଏଇରେ ଅନୁମୋଦିତ କୋରୋନା ଟିକା ପାଇଛନ୍ତି ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ।

2. ଭାରତୀୟ ନାଗରିକଙ୍କୁ ବିମାନ ଉଡ଼ାଣରୁ 48 ଘଣ୍ଟା ମଧ୍ୟରେ କୋରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ।

3. ଯାତ୍ରୀମାନଙ୍କୁ ଯାତ୍ରାର 4 ଘଣ୍ଟା ପୂର୍ବରୁ ଆରଟି ପିସିଆର ପରୀକ୍ଷା କରିବାକୁ ପଡିବ । କେବଳ QR କୋଡ୍ ଧାରଣ କରିଥିବା ଟେଷ୍ଟ ସାର୍ଟିଫିକେଟ ବୈଧ ହେବ ।

4. ଦୁବାଇ ବିମାନବନ୍ଦରରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଆରଟି ପିସିଆର ପଡିବ ।

ABOUT THE AUTHOR

...view details