ଓଡିଶା

odisha

ETV Bharat / bharat

ଭାରତ ସାହାଯ୍ୟ ପାଇଁ ହାତ ପତାଉନି, ବିଶ୍ୱକୁ ସହଯୋଗର ହାତ ବଢାଉଛି: ମୋଦି - ଅହମ୍ମଦାବାଦରେ ଜନସଭା

ଗୁଜୁରାଟ ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ମାରାଥନ ପ୍ରଚାର ଜାରି ରଖିଛନ୍ତି । ଏହି ଅବସରରେ ମୋଦି ଭୋଟରଙ୍କ ବିଶ୍ବାସ ଜିତିବା ଲାଗି କହିଛନ୍ତି ଯେ ଆଜି ଭାରତ ସାହାଯ୍ୟ ପାଇଁ ହାତ ପତାଉନି, ସାହାଯ୍ୟ ପାଇଁ ବିଶ୍ବକୁ ହାତ ବଢାଉଛି । ଏଣୁ ତାଙ୍କ ଉପରେ ବିଶ୍ବାସ କରିବା ଲାଗି ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

ଭାରତ ସାହାଯ୍ୟ ପାଇଁ ହାତ ପତାଉନି, ସାହାଯ୍ୟ ପାଇଁ ବିଶ୍ବକୁ ହାତ ବଢାଉଛି: ମୋଦି
ଭାରତ ସାହାଯ୍ୟ ପାଇଁ ହାତ ପତାଉନି, ସାହାଯ୍ୟ ପାଇଁ ବିଶ୍ବକୁ ହାତ ବଢାଉଛି: ମୋଦି

By

Published : Dec 2, 2022, 10:59 PM IST

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Poll) ଲାଗି ରାଜ୍ୟ ରାଜନୀତି ସରଗରମ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦରେ ଗ୍ରାଣ୍ଡ ରୋଡ ଶୋ' ପରେ ଜନସଭାର ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଭାରତ ଏବେ ସାହାଯ୍ୟ ପାଇଁ କାହା ଆଗରେ ହାତ ପତାଉନାହିଁ, ବରଂ ବିଶ୍ବକୁ ସାହାଯ୍ୟ କରିବା ଲାଗି ହାତ ବଢାଉଛି । ଆଜି ସମସ୍ତଙ୍କ ନଜର ଭାରତ ଉପରେ ରହିଛି । ଏହା କେବଳ ସମ୍ଭବ ହୋଇପାରିଛି ବିଶ୍ବାସ ଲାଗି । ଏଣୁ ତାଙ୍କ ଉପରେ ବିଶ୍ବାସ କରିବା ଲାଗି ସେ ଗୁଜୁରାଟବାସୀଙ୍କୁ କହିଛନ୍ତି ।

ଅହମ୍ମଦାବାଦରେ ଜନସଭାରେ ମୋଦି କହିଛନ୍ତି, " ଆପଣଙ୍କ ଜୀବନର ୨୫ ବର୍ଷ ସୁବର୍ଣ୍ଣ ଏବଂ ଉତ୍କୃଷ୍ଟ ହେବ । ଏଣୁ ବିଜେପିର ପଦ୍ମ ଚିହ୍ନରେ ଭୋଟ୍ ଦିଅନ୍ତୁ । ମୁଁ ଆପଣଙ୍କୁ ଉଜ୍ଜ୍ବଳ ଭବିଷ୍ୟତର ଗ୍ୟାରେଣ୍ଟି ଦେଉଛି । ୨୫ ବର୍ଷ ପରେ ଗୁଜୁରାଟ କିପରି ହେବ, ଗୁଜୁରାଟ କେତେ ଶକ୍ତିଶାଳୀ ହେବ, ଗୁଜୁରାଟ କେତେ ସମୃଦ୍ଧ ହେବ, ଗୁଜୁରାଟ କେତେ ବିଶ୍ବସ୍ତରୀୟ ହେବ, ଗୁଜୁରାଟ କେତେ ଚମତ୍କାର ହେବ, ଗୁଜୁରାଟ କିପରି ବିକାଶ ହେବ, ଏହି ନିର୍ବାଚନ ଏକ ଦୃଢ ମୂଳଦୁଆ ପକାଇବ।"

ଏହା ବି ପଢନ୍ତୁ- Gujarat First phase Voting: 56.88 ପ୍ରତିଶତ ସହ ଶେଷ ହେଲା ଭୋଟିଂ

ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଲାଗି ପ୍ରଥମେ ପରିବାର ଆସିଥାଏ । ମାତ୍ର ବିଜେପି ଲାଗି ପ୍ରଥମେ ଦେଶ ଆସିଥାଏ । ଦଳ ଲୋକଙ୍କ ବିକାଶ ଲାଗି କାର୍ଯ୍ୟ କରିଥାଏ । ଭାରତ ଆଜି ସାହାଯ୍ୟ ପାଇଁ କାହା ଆଗରେ ହାତ ପତାଉନାହିଁ, ବରଂ ବିଶ୍ବକୁ ସାହାଯ୍ୟର ହାତ ବଢାଉଛି । ଆଜି ସମଗ୍ର ବିଶ୍ବର ନଜର ଭାରତ ଉପରେ ରହିଛି, ଭାରତର ପରାକ୍ରମ ଉପରେ ରହିଛି । ଯେତେବେଳେ ଦେଶବାସୀ ସରକାର ଉପରେ ବିଶ୍ବାସ କରନ୍ତି, ସେତେବେଳେ ସରକାର ଅଧିକ ଶକ୍ତିଶାଳୀ ମନେ କରନ୍ତି ।

ମୋଦି କହିଛନ୍ତି, "ମୋତେ ଦେଶର ନାଗରିକଙ୍କ ଉପରେ ଭରସା ଅଛି । ଆପଣଙ୍କ ଉପରେ ଭରସା ରହିଛି । ଆତ୍ମନିର୍ଭର ଭାରତ ସହିତ ଆତ୍ମନିର୍ଭର ଗୁଜୁରାଟ ପାଇଁ ମଧ୍ୟ ସ୍ବପ୍ନ ଦେଖିଛୁ ।" ସୂଚନା ଥାଉ କି ଗୁଜୁରାଟରେ ୨ ପର୍ଯ୍ୟାୟରେ ନିର୍ବାଚନ ହେଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧ରେ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ୫ ତାରିଖରେ ରହିଛି । ପ୍ରଥମ ପର୍ଯ୍ୟାରେ ୮୯ଟି ସିଟ ପାଇଁ ଭୋଟ ପଡ଼ିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୯୩ଟି ସିଟ ପାଇଁ ଭୋଟ ପଡ଼ିବ ।

ABOUT THE AUTHOR

...view details