ଓଡିଶା

odisha

ETV Bharat / bharat

କୋରୋନାରୁ ବର୍ତ୍ତିବା ପାଇଁ ଗୋବର ଥେରାପି, ସତର୍କ କଲେ ଡାକ୍ତର - କୋରୋନାରୁ ସୁସ୍ଥ ହେବାକୁ ଗୋବର ବ୍ୟବହାର

ଅହମ୍ମଦାବାଦରେ କୋରୋନାରୁ ରକ୍ଷା ପାଇବାକୁ ଲୋକଙ୍କ ଗୋବର ଥେରାପି ଘଟଣା । ଏହା ହାନିକାରକ ବୋଲି ସତର୍କ କଲେ ଡାକ୍ତର । ଅଧିକ ପଢନ୍ତୁ...

cow dung
cow dung

By

Published : May 12, 2021, 12:54 PM IST

ଗାନ୍ଧୀନଗର- ନିକଟରେ ଗୁଜୁରାଟର ଅହମ୍ମଦାବାଦରୁ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଅହମ୍ମଦାବାଦସ୍ଥିତ ଏକ ଗୋଶାଳା ନିକଟରେ କିଛି ଲୋକ କୋରୋନାରୁ ରକ୍ଷା ପାଇବାକୁ ଗାଈ ଗୋବର ଥେରାପି ବା ନିଜ ପୁରା ଶରୀରରେ ଗୋବର ବୋଳି ପ୍ରାର୍ଥନା କରୁଥିଲେ । ତେବେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ସତର୍କ କରିଛନ୍ତି ଭାରତୀୟ ଡାକ୍ତର ।

ଡାକ୍ତରଙ୍କ କହିବା ମୁତାବକ, କୋରୋନାରୁ ସୁସ୍ଥ ହେବା କ୍ଷେତ୍ରରେ ଗାଈ ଗୋବରର ବ୍ୟବହାର ନେଇ କୌଣସି ବିଜ୍ଞାନ ସମ୍ମତ ପ୍ରମାଣ ନାହିଁ । ବରଂ ଶରୀରରେ ଏଭଳି ରୂପେ ଗୋବରର ବ୍ୟବହାର ଦ୍ବାରା ଦ୍ବାରା ଅନ୍ୟାନ୍ୟ ରୋଗ ବ୍ୟାପିବାର ଆଶଙ୍କା ରହିଛି ।

ହିନ୍ଦୁ ଧର୍ମରେ ଗୋବରକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଏ । ଏହାକୁ ଜୀବନ ଓ ପୃଥିବୀର ପ୍ରତୀକ ରୂପେ ମଧ୍ୟ ବିବେଚନା କରାଯାଏ । କାହିଁ କେଉଁ କାଳରୁ ଲୋକମାନେ ଗୋବରକୁ ଘର ଲିପିବା ଏବଂ ପୂଜାର୍ଚ୍ଚନା ପାଇଁ ବ୍ୟବହାର କରିଆସୁଛନ୍ତି । ଗୋବରର ଥେରାପିଉଟିକ ଓ ଆଣ୍ଟିସେପେଟିକ ଗୁଣ ରହିଥିବା ମଧ୍ୟ ବିଶ୍ବାସ କରନ୍ତି । ଏଣୁ କୋରୋନାକୁ ମାତ୍ ଦେବା କ୍ଷେତ୍ରରେ ଏବଂ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ଦିଗରେ ମଧ୍ୟ ଗୋବର ପ୍ରଭାବଶାଳୀ ସାବ୍ୟସ୍ତ ହେବ ବୋଲି ବିଶ୍ବାସ ରଖି ଅହମ୍ମଦାବଦାର କିଛି ଲୋକ ଏକ ଗୋଶାଳ ନିକଟରେ ଏକ ସପ୍ତାହ ପର୍ଯ୍ଯନ୍ତ ରହିଥିଲେ । ଏଥିସହ ଗୋବର ଓ ଗୋମୂତ୍ର ନିଜ ଦେହରେ ଲଗାଇ ପ୍ରାର୍ଥନା କରିଥିଲେ । ଯାହା ହାନିକାରକ ବୋଲି ଡାକ୍ତରମାନେ ପ୍ରତିକ୍ରିୟା ରଖିଛନ୍ତି ।

ବର୍ତ୍ତମାନ ଦେଶରେ ମହାମାରୀ ବିନାଶ ଲୀଳା ରଚୁଛି । ଏଯାବତ୍ 22.66 ମିଲିୟନ ସଂକ୍ରମିତ ମାମଲା ସମେତ 24 ଲକ୍ଷ 6 ହଜାର 116 ଜଣଙ୍କ ମୃତ୍ୟୁ ଘଟିଲାଣି । ଏଥିସହ ଦେଶବାସୀ ଅମ୍ଲଜାନ, ଶଯ୍ୟା ଓ ମେଡିସିନ ଅଭାବର ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details