ଓଡିଶା

odisha

ETV Bharat / bharat

INDIA Boycott News Anchors: ନୀତିଶ କହିଲେ ନିଷ୍ପତ୍ତି ସମ୍ପର୍କରେ ଜାଣେନାହିଁ, ସାମ୍ବାଦିକଙ୍କୁ ସମର୍ଥନ କରେ - ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ନିର୍ଦ୍ଧିଷ୍ଟ ସାମ୍ବାଦିକଙ୍କୁ ବୟକଟ ପ୍ରସଙ୍ଗରେ ‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତିକୁ ନାପସନ୍ଦ କଲେ ନୀତିଶ । କହିଲେ ମୁଁ ସାମ୍ବାଦିକଙ୍କୁ ସମର୍ଥନ କରେ । ନିଷ୍ପତ୍ତି ସମ୍ପର୍କରେ ମତେ ଜଣାନାହିଁ ।

INDIA boycott news anchors: ନୀତିଶ କହିଲେ ମୁଁ ନିଷ୍ପତ୍ତି ସମ୍ପର୍କରେ ଜାଣେନାହିଁ, ଗଣମାଧ୍ୟମକୁ ସମର୍ଥନ କରେ
INDIA boycott news anchors: ନୀତିଶ କହିଲେ ମୁଁ ନିଷ୍ପତ୍ତି ସମ୍ପର୍କରେ ଜାଣେନାହିଁ, ଗଣମାଧ୍ୟମକୁ ସମର୍ଥନ କରେ

By ETV Bharat Odisha Team

Published : Sep 16, 2023, 9:42 PM IST

Updated : Sep 16, 2023, 10:44 PM IST

ନୂଆଦିଲ୍ଲୀ/ବିହାର:ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାରେ ପ୍ରଥମ ଅଣ୍ଟା ଭିଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରେ ଅସନ୍ତୁଷ୍ଟ । ଏପରି ଯେଉଁ ଚର୍ଚ୍ଚା ଲାଗି ରହିଛି, ତାହା ଗୋଟିଏ ପରେ ଗୋଟିଏ ଘଟଣାକ୍ରମରେ ଅଧିକ ଘନୀଭୂତ ହେବା ପରି ଦୃଶ୍ୟମାନ ହେଉଛି । ଇଣ୍ଡିଆ ମେଣ୍ଟ ଜାତୀୟ ଗଣମାଧ୍ୟମର 14 ଅଗ୍ରଣୀ ଉପସ୍ଥାପକ ବା ସାମ୍ବାଦିକଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିଛି । ତେବେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନୀତିଶ । ମେଣ୍ଟର ଏହି ବର୍ଜନ ନିଷ୍ପତ୍ତିକୁ ନାପସନ୍ଦ କରିବା ସହ ସେ ଏହି ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହିଛନ୍ତି । ସେ କେବଳ ନିଷ୍ପତ୍ତିକୁ ବିରୋଧ କରିନାହାନ୍ତି ବରଂ ସେ ସାମ୍ବାଦିକମାନଙ୍କୁ ସମର୍ଥନ କରନ୍ତି ବୋଲି ମଧ୍ୟ କହିଛନ୍ତି ।

ଆଜି ପାଟନାରେ ଏହି ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନରେ ପ୍ରତିକ୍ରିୟା ରଖି ନୀତିଶ କହିଛନ୍ତି, ‘‘ମେଣ୍ଟର ଏହି ନିଷ୍ପତ୍ତି ସମ୍ପର୍କରେ ମୁଁ ଜାଣେ ନାହିଁ । ମୁଁ ସାମ୍ବାଦିକଙ୍କ ସମର୍ଥନରେ ରହିଛି । ସମସ୍ତଙ୍କର ସ୍ବାଧୀନତା ରହିଛି । ସାମ୍ବାଦିକମାନେ ଯାହା ଠିକ ଭାବିବେ ତାହା ହିଁ ଲେଖିବେ । ସେମାନେ କାହାର ନିୟନ୍ତ୍ରଣାଧୀନ ନୁହନ୍ତି । ମୁଁ ସେମିତି କେବେ କରେନାହିଁ । ସେମାନଙ୍କର ଅଧିକାର ରହିଛି । ମୁଁ କେବେ ସେମାନଙ୍କ ବିରୋଧରେ ନୁହେଁ ।’’

ବିଜେପି ବିରୋଧରେ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ନିଜର ମିଡିଆ ରଣନୀତି ପ୍ରସ୍ତୁତି କରିଛି । 14 ଜାତୀୟ ଟେଲିଭିଜନ ଆଙ୍କରଙ୍କ ତର୍କ କାର୍ଯ୍ୟକ୍ରମକୁ ବର୍ଜନ କରିଛି ମେଣ୍ଟ । ଏହି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କ କାର୍ଯ୍ୟକ୍ରମରେ ମେଣ୍ଟର କୌଣସି ମୁଖପାତ୍ର କିମ୍ବା ନେତା ଅଂଶଗ୍ରହଣ କରିବେ ନାହିଁ । ତେବେ ବିରୋଧୀ ମେଣ୍ଟର ଏହି ନୀତିକୁ ବିଜେପି ସାମାଲୋଚନା କରିଛି । ଏହାକୁ ଜରୁରୀକାଳୀନ ସ୍ଥିତି ସହ ଭାରତୀୟ ଜନତା ପାର୍ଟି ତୂଳନା କରିଛି । ସେହିପରି ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଏବଂ ଡିଜିଟାଲ୍ ଆସୋସିଏସନ୍ (ଏନବିଡିଏ) ମଧ୍ୟ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛି । ଏହି ନିଷ୍ପତ୍ତି ଏକ ବିପଜ୍ଜନକ ଉଦାହରଣ ଏବଂ ଏହା ଗଣତନ୍ତ୍ରର ନୈତିକତା ବିରୋଧୀ ବୋଲି ଏନବିଡିଏ କହିଛି ।

ଏହା ମଧ୍ୟ ପଢନ୍ତୁ :- 14 ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବର୍ଜନ କରିବ ‘ଇଣ୍ଡିଆ’ ମେଣ୍ଟ

କଂଗ୍ରେସର ଏହି ବୟକଟ ତାଲିକାରେ ଆଦିତ୍ୟ ତ୍ୟାଗୀ (ଭାରତ ଏକ୍ସପ୍ରେସ), ଅମନ ଚୋପ୍ରା (ନ୍ୟୁଜ୍-18 ଭାରତ), ଅମିଷ ଦେବଗନ୍ (ନ୍ୟୁଜ୍ 18 ଇଣ୍ଡିଆ), ଆନନ୍ଦ ନରସିଂହନ୍ (ନ୍ୟୁଜ୍ 18), ଅର୍ଣ୍ଣବ ଗୋସ୍ୱାମୀ (ରିପବ୍ଲିକ ଟିଭି ), ଚିତ୍ରା ତ୍ରିପାଠୀ (ଆଜତକ), ଗୌରବ ସାୱନ୍ତ (ଅଜତକ), ନବିକା କୁମାର ( ଟାଇମ୍ସ ନାଓ / ନବଭାରତ), ପ୍ରସି ପର୍ଶର (ଇଣ୍ଡିଆ ନ୍ୟୁଜ୍), ରୁବିକା ଲିଆକତ (ଇଣ୍ଡିଆ-24), ଶିବ ଆରୋର (ଇଣ୍ଡିଆ ଟୁଡେ), ସୁଧୀର ଚୌଧୁରୀ (ଆଜତକ) ଏବଂ ସୁଶାନ୍ତ ସିହ୍ନା (ଟାଇମ୍ସ ନାଓ /ନବଭାରତ) ପ୍ରମୁଖ ରହିଛନ୍ତି । ଏବେ ଏହି ପ୍ରସଙ୍ଗରେ ନୀତିଶଙ୍କ ଆଭିମୁଖ୍ୟ ମଧ୍ୟ ମେଣ୍ଟର ନିଷ୍ପତ୍ତି ବିରୋଧରେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2023, 10:44 PM IST

ABOUT THE AUTHOR

...view details