ଓଡିଶା

odisha

ETV Bharat / bharat

ସାବଧାନ ଶତ୍ରୁ ! ଶ୍ରୀନଗରରେ MiG-29 ଲଢୁଆ ବିମାନ ମୁତୟନ କଲା ଭାରତ

ପାକିସ୍ତାନ ଓ ଚୀନ ପଟୁ ସମ୍ଭାବ୍ୟ ବିପଦ ଆଶଙ୍କା କରି ଶ୍ରୀନଗର ବିମାନ ଘାଟିରେ MiG-29 ଲଢୁଆ ବିମାନ ମୁତୟନ କଲା ଭାରତ । ଅଧିକ ପଢନ୍ତୁ

ଶ୍ରୀନଗରରେ MiG-29 ଲଢୁଆ ବିମାନ ମୁତୟନ
ଶ୍ରୀନଗରରେ MiG-29 ଲଢୁଆ ବିମାନ ମୁତୟନ

By

Published : Aug 12, 2023, 12:41 PM IST

Updated : Aug 12, 2023, 3:06 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୀମା ଜଗିବ ମିଗ୍-29 ଲଢୁଆ ବିମାନ । କାଶ୍ମୀର ଉପତ୍ୟାକାରେ ସୁରକ୍ଷା ସ୍ଥିତି ସୁଦୃଢ କରିବାକୁ ଶ୍ରୀନଗର ବିମାନ ଘାଟିରେ ମିଗ୍-29 ଲଢୁଆ ବିମାନ ମୁତୟନ କରାଯାଇଛି । ପଡୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନ ପଟୁ ସମ୍ଭାବ୍ୟ ବିପଦ ଆଶଙ୍କା କରି ଏଠାରେ ଉନ୍ନୀତ ମିଗ୍-29 ଯୁଦ୍ଧ ବିମାନର ଏକ ସ୍କ୍ବାର୍ଡନ ମୁତୟନ କରିଛି ଭାରତ । ଦି ଟ୍ରାଇଡେଣ୍ଟସ ସ୍କ୍ବାର୍ଡନ ଯାହାକି ଏବେ ଡିଫେଣ୍ଡର ଅଫ୍ ନର୍ଥ (ଉତ୍ତରର ରକ୍ଷକ) ଭାବେ ଜଣାଯାଉଛି, ତାହା ବର୍ତ୍ତମାନ ମିଗ୍-21 ସ୍କ୍ବାର୍ଡନର ସ୍ଥାନ ହେବ ।

ଜମ୍ମୁ-କାଶ୍ମୀର ପାକିସ୍ତାନ ଓ ଚୀନ ସୀମାକୁ ଲାଗି ରହିଛି । ଏପରି ସ୍ଥିତିରେ ଏଠାକାର ଏୟାରବେସରେ ବାୟୁସେନାର ଲଢୁଆ ବିମାନ ମୁତୟନ ପାଇଁ ଦୀର୍ଘ ଦିନରୁ ବିଚାର ବିମର୍ଶ ଚାଲିଥିଲା । ପୂର୍ବରୁ ଶ୍ରୀନଗର ଉପତ୍ୟାକାରେ ମିଗ୍-21 ମୁତୟନ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ଏହି ସ୍ଥାନରେ ଏବେ ଉନ୍ନୀତ ମିଗ୍-29 ଜେଟ୍ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଭାରତୀୟ ବାୟୁସେନା ସ୍କ୍ବାର୍ଡନ ଲିଡର ବିପୁଳ ଶର୍ମା କହିଛନ୍ତି, ''ଶ୍ରୀନଗର କାଶ୍ମୀର ଘାଟିର ମଧ୍ୟ ଭାଗରେ ଅବସ୍ଥିତ । ଏହାର ଉଚ୍ଚତା ସମତଳ ଅଞ୍ଚଳ ଠାରୁ ଅଧକ ଏବଂ ସୀମା ନିକଟରେ ରହିଛି । ରଣନୈତିକ ଦୃଷ୍ଟିକୋଣରୁ ଶ୍ରୀନଗର ବିମାନ ଘାଟିରେ ଦ୍ରୁତବେଗରେ ପ୍ରତିକ୍ରିୟାଶୀଳ ଲଢୁଆ ବିମାନ ମୁତୟନ କରାଯିବାର ଆବଶ୍ୟକତା ଥିଲା । ଏହି କ୍ଷେତ୍ରରେ ଶତ୍ରୁକୁ ପ୍ରତିରୋଧ କରିବା ପାଇଁ ମିଗ୍-୨୯ ଜେଟ୍ ସବୁପ୍ରକାର କ୍ଷମତା ରଖେ ।''

ଏହାମଧ୍ୟ ପଢନ୍ତୁ: ଚୀନରେ ଗୃହବନ୍ଦି ଅଷ୍ଟ୍ରେଲିଆ ସାମ୍ବାଦିକ ଚେଙ୍ଗ ଲେଇ, ବର୍ଷରେ ପାଉଛନ୍ତି 10ଘଣ୍ଟାର ସୂର୍ଯ୍ୟାଲୋକ

ଏହାମଧ୍ୟ ପଢନ୍ତୁ: ଝାଡ଼ଖଣ୍ଡରେ ଶହୀଦ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ମିଗ୍-29 ଲଢୁଆ ବିମାନ ଆକ୍ରମଣ ସହ ଶତ୍ରୁର ଆକ୍ରମଣ ପ୍ରତିରୋଧ କରିପାରିବ । ମିଗ୍-21 ଅପେକ୍ଷା ମିଗ୍-29 ଜେଟ୍‌ରେ ଅନେକ ପ୍ରକାର ସୁବିଧା ରହିଛି । ଯାହାକି ଅନେକ ବର୍ଷ ଧରି କାଶ୍ମୀର ଘାଟିରେ ନିଜର ଦାୟିତ୍ବକୁ ସଫଳତାପୂର୍ବକ ସମ୍ପାଦନ କରିବାରେ ସକ୍ଷମ ଥିଲା ଏବଂ ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନୀ ଆତଙ୍କବାଦୀ ଶିବିରରେ ଏଫ-16 ଲଢୁଆ ଜେଟକୁ ମାତ୍ ଦେଇଥିଲା । ମିଗ୍-29 ଆକାଶରୁ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ ଓ ଆକାଶରୁ ଭୂପୃଷ୍ଟକୁ ଅସ୍ତ୍ର ନିକ୍ଷେପ କ୍ଷମତା ରହିଛି । ଯୁଦ୍ଧ ସମୟରେ ଏହି ଲଢୁଆ ବିମାନ ଶତ୍ରୁର ଲଢୁଆ ବିମାନକୁ ଜାମ୍ କରିପାରିବ ଏବଂ ରାତିରେ ସେନା ଅପରେସନ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ ।

Last Updated : Aug 12, 2023, 3:06 PM IST

ABOUT THE AUTHOR

...view details