ଓଡିଶା

odisha

ETV Bharat / bharat

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ମାଳଦ୍ବୀପ ପଳାୟନରେ ଭୂମିକା ଥିବା ଅଭିଯୋଗକୁ ଭାରତର ଖଣ୍ଡନ

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପଳାୟନ ପଛରେ ଭାରତର ସହଯୋଗ ଥିବା ନେଇ ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା । ଚର୍ଚ୍ଚାକୁ ଖଣ୍ଡନ କଲା ଭାରତ । ଅଧିକ ପଢନ୍ତୁ

ଶ୍ରୀଲଙ୍କା ରାଷ୍ଟ୍ରପତି ମାଳଦ୍ବୀପ ପଳାୟନରେ ଭୂମିକା ଅଭିଯୋଗକୁ ଭାରତର ଖଣ୍ଡନ
ଶ୍ରୀଲଙ୍କା ରାଷ୍ଟ୍ରପତି ମାଳଦ୍ବୀପ ପଳାୟନରେ ଭୂମିକା ଅଭିଯୋଗକୁ ଭାରତର ଖଣ୍ଡନ

By

Published : Jul 13, 2022, 10:38 AM IST

କଲୋମ୍ବୋ: ଜାରି ରହିଥିବା ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦେଶ ଛାଡି ପଳାୟନ କରିବାରେ ଭାରତର ସହଯୋଗ ଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଏହାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଶ୍ରୀଲଙ୍କା ସମେତ କିଛି ଗଣମାଧ୍ୟମରେ ଗୋଟାବାୟାଙ୍କ ପଳାୟନ ପଛରେ ଭାରତର ପ୍ରଚ୍ଛନ୍ନ ସହଯୋଗ ଥିବା ନେଇ ଖବର ପ୍ରସାରିିତ ହୋଇଥିଲା ।

ତେବେ ଏହାକୁ ଭିତ୍ତିହୀନ ଓ ଅମୂଳକ ଚର୍ଚ୍ଚା ବୋଲି ଦର୍ଶାଇଛନ୍ତି ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ । ଉଚ୍ଚାୟୁକ୍ତ କହିଛନ୍ତି, ଭାରତ ଏପରି କିଛି ଘଟଣାରେ ସମ୍ପୃକ୍ତ ନୁହେଁ । ତେବେ ଜାରି ରହିଥିବା ସଙ୍କଟ ମଧ୍ୟରେ ଭାରତ ପୂର୍ବପରି ତାର ନୈତିକ ଦାୟିତ୍ବବୋଧତା ବଜାୟ ରଖିବ । ପୂର୍ବପରି ସହାୟତା ଯୋଗାଣ ସହ ଶ୍ରୀଲଙ୍କାରେ ରାଜନୈତିକ ଓ ଗଣତାନ୍ତ୍ରିକ ସ୍ଥିରତା ପାଇଁ ମଧ୍ୟ ପ୍ରୟାସ ଜାରି ରଖିବ ।

ଏହା ବି ପଢନ୍ତୁ :-ଦେଶରେ ନାହାନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ! ମାଳଦ୍ବୀପ ପଳାୟନ କରିଥିବା ଚର୍ଚ୍ଚା

ନିଜ ଇସ୍ତଫା ଘୋଷଣା ପରେ ରାଷ୍ଟ୍ରପତି ଗୋଟାବାୟା ପତ୍ନୀ ଓ ନିଜର ଦୁଇ ଅଙ୍ଗରକ୍ଷୀଙ୍କ ସହ ମାଳଦ୍ବୀପ ପଳାଇ ଯାଇଛନ୍ତି । ଏହି ଯାତ୍ରା ପାଇଁ ସେ ସେ ଶ୍ରୀଲଙ୍କାର ସାମରିକ ବିମାନ ବ୍ୟବହାର କରିଥିବାରୁ, ପ୍ରତିରକ୍ଷା ମନ୍ତ୍ରାଳୟର ସହଯୋଗରେ ଏପରି ସମ୍ଭବ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଆର୍ଥିକ ସଙ୍କଟ ମଧ୍ୟରେ ଦେଶବାସୀଙ୍କ ଆନ୍ଦୋଳନ ତୀବ୍ର ହେବା ପରେ କିଛି ଦିନ ଧରି ଗୋଟାବାୟା ରାଷ୍ଟ୍ରପତି ଭବନ ଛାଡି ଆତ୍ମଗୋପନ ମଧ୍ୟ କରିଥିଲେ । କିଛି ଦିନ ବ୍ୟବାଧାନରେ ସେ ନିଜ ଇସ୍ତଫା ଘୋଷଣା କରିବା ସହ ହଠାତ ଦେଶଛାଡି ପଳାୟନ କରିଛନ୍ତି । କିଛି ସମୟ ପୂର୍ବରୁ ଗୋଟାବାୟାଙ୍କ ବିମାନ ମାଳଦ୍ବୀପରେ ଅବତରଣ ମଧ୍ୟ କରିଥିବା ସୂଚନା ମିଳିଛି ।

ABOUT THE AUTHOR

...view details