ଓଡିଶା

odisha

ETV Bharat / bharat

Sri Lanka crisis: 4 ଲକ୍ଷ ମେଟ୍ରିକ ଟନ ଇନ୍ଧନ ପଠାଇ ସାରିଲାଣି ଭାରତ - ଶ୍ରୀଲଙ୍କାକୁ ଭାରତର ସହାୟତା

ଶ୍ରୀଲଙ୍କା ଆର୍ଥିକ ସଙ୍କଟରେ ସହାୟତା ଜାରି ରଖିଛି ଭାରତ । ବର୍ତ୍ତମାନ ସୁଦ୍ଧା ପଠାଇ ସାରିଲାଣି 4 ଲକ୍ଷ ମେଟ୍ରିକ ଟନ । କଲମ୍ବୋରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଦେଲେ ସୂଚନା । ଅଧିକ ପଢନ୍ତୁ

Sri Lanka crisis: 4 ଲକ୍ଷ ମେଟ୍ରିକ ଟନ ଇନ୍ଧନ ପଠାଇ ସାରିଲାଣି ଭାରତ
Sri Lanka crisis: 4 ଲକ୍ଷ ମେଟ୍ରିକ ଟନ ଇନ୍ଧନ ପଠାଇ ସାରିଲାଣି ଭାରତ

By

Published : May 15, 2022, 10:04 PM IST

କଲମ୍ବୋ: ପଡୋଶୀ ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାର ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ସହାୟତା ଯୋଗାଣ ପ୍ରକ୍ରିୟା ଜାରି ରଖିଛି ଭାରତ । ସଙ୍କଟ ଆରମ୍ଭ ହେବାର ପ୍ରାରମ୍ଭିକ ସମୟରୁ ଆଜି ପର୍ଯ୍ୟନ୍ତ ଭାରତ 12ଟି ସିପମେଟରେ ପ୍ରାୟ 4 ଲକ୍ଷ ମେଟ୍ରିକ ଟନ ଇନ୍ଧନ ପଠାଇ ସାରିଥିବା ଆଜି (ରବିବାର) ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।

କଲମ୍ବୋରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏହି ସହାୟତା ଯୋଗାଣ ଶୃଙ୍ଖଳା ଉପରେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ସହାୟତା ଶୃଙ୍ଖଳାରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ 12ଟି ସିପମେଟ ପଠାଇ ସାରିଥିବାବେଳେ ଶେଷ ସିପମେଟରେ ଡିଜେଲ ପଠାଯାଇଥିଲା, ଯାହା ଶ୍ରୀଲଙ୍କାରେ ପହଞ୍ଚି ସାରିଛି । ପୂର୍ବରୁ ମଧ୍ୟ ଭାରତ ଚିକିତ୍ସା ସାମଗ୍ରୀ, ଖାଦ୍ୟ ଶସ୍ୟ ଓ ଇନ୍ଧନ ଆଦି ପର୍ଯ୍ୟାୟକ୍ରମେ ପଠାଇ ସାରିଛି ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ଏବେ ମଧ୍ୟ ସହାୟତା ଯୋଗାଣ ଶୃଙ୍ଖଳା ଜାରି ରହିଛି । ଭାରତ ‘ପଡୋଶୀ ପ୍ରଥମ’ ମନ୍ତ୍ରରେ ବିଶ୍ବାସ କରେ ଓ ପଡୋଶୀ ଶ୍ରୀଲଙ୍କାରେ ଆର୍ଥିକ ଓ ସାମ୍ବିଧାନିକ ସ୍ଥିରତା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିସାରିଛି । ଅନ୍ୟପଟେ ଅନ୍ୟ କିଛି ସହାୟତା ସାମଗ୍ରୀ ମଧ୍ୟ ତାମିଲନାଡୁ ସରକାର ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details