ଓଡିଶା

odisha

ETV Bharat / bharat

Medical Assistance To Afghanistan: ଆଫଗାନସ୍ଥାନକୁ ଜରୁରୀ ଔଷଧ ଓ ମେଡିକାଲ ସାମଗ୍ରୀ ପଠାଇଲା ଭାରତ

ତାଲିବାନ ଶାସିତ ଆଫଗାନିସ୍ଥାନକୁ ପୁଣି ଜରୁରୀ ଔଷଧ ଓ ମେଡିକାଲ ସାମଗ୍ରୀ ପଠାଇଲା ଭାରତ (Medical assistance to Afghanistan) । ମାନବିକତା ଦୃଷ୍ଟି କୋଣରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organization) ଜରିଆରେ ତାଲିବାନ ଶାସିତ ଆଫଗାନିସ୍ଥାନକୁ ଜରୁରୀ ଔଷଧ ସାମଗ୍ରୀ ପଠାଇଛି ଭାରତ। ଅଧିକ ପଢନ୍ତୁ

Medical assistance to Afghanistan:  ଆଫଗାନସ୍ଥାନକୁ ଜରୁରୀ ଔଷଧ ଓ ମେଡିକାଲ ସାମଗ୍ରୀ ପଠାଇଲା ଭାରତ
Medical assistance to Afghanistan: ଆଫଗାନସ୍ଥାନକୁ ଜରୁରୀ ଔଷଧ ଓ ମେଡିକାଲ ସାମଗ୍ରୀ ପଠାଇଲା ଭାରତ

By

Published : Jan 7, 2022, 4:24 PM IST

ନୂଆଦିଲ୍ଲୀ:ଆଫଗାନିସ୍ଥାନକୁ ପୁଣି ଜରୁରୀ ଔଷଧ ଓ ମେଡିକାଲ ସାମଗ୍ରୀ ପଠାଇଲା ଭାରତ (Medical assistance to Afghanistan) । ମାନବିକତା ଦୃଷ୍ଟି କୋଣରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organization) ଜରିଆରେ ତାଲିବାନ ଶାସିତ ଆଫଗାନିସ୍ଥାନକୁ ଜରୁରୀ ଔଷଧ ସାମଗ୍ରୀ ପଠାଇଛି ଭାରତ । ଶୁକ୍ରବାର ଏନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ (Minister of External affairs India) ସୂଚନା ଦିଆଯାଇଛି ।

ଆଫଗାନିସ୍ଥାନର ତାଲିବାନ ଶାସନ ପରେ ଦେଖାଦେଇଛନ୍ତି ସଙ୍କଟ । ଦେଶରେ ବର୍ତ୍ତମାନ ଜରୁରୀ ଔଷଧ ସହ ଖାଦ୍ୟ ଶସ୍ୟର ଅଭାବ ଦେଖାଦେଇଛି । ଆଫଗାନିସ୍ଥାନର ଲୋକଙ୍କ ବନ୍ଧୁତା ଓ ମାନବିକତା ଦୃଷ୍ଟିରେ ରଖି ସହଯୋଗର ହାତ ବଢାଇଛି ଭାରତ। ଶୁକ୍ରବାର ଭାରତ ସରକାର ତୃତୀୟ ଥର ପାଇଁ ଆଫଗାନିସ୍ଥାନକୁ ଦୁଇ ଟନ ଜରୁରୀ ମେଡିକାଲ ସାମଗ୍ରୀ ଓ ଔଷଧ ପ୍ରଦାନ କରିଛି। ଏନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ସଚିବ ଅରିନ୍ଦମ ବାଗଚୀ ସୂଚନ ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ଆଫଗାନିସ୍ଥାନକୁ ଆହୁରୀ ଅଧିକ ପରିମାଣରେ ସହାୟତା ପ୍ରଦାନ କରାଯିବ ବୋଲି ବିଦେଶର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ମଧ୍ୟ ଦୁଇ ଥର ଭାରତ ସରକାର ଆଫଗାନିସ୍ଥାନକୁ ଜରୁରୀ ସାମଗ୍ରୀ ସମେତ ଜରୁରୀ ଔଷଧ ପ୍ରେରଣ କରିଛି । ବିଶ୍ବସ୍ବାସ୍ଥ୍ୟ ସଂଗଠନ ଜରିଆରେ ଭାରତ ସରକର ୫ ଲକ୍ଷ କୋରୋନା ଭ୍ୟାକ୍ସିନ ସମେତ ୧.୬ ଟନର ମେଡିକାଲ ସମଗ୍ରୀ ଓ ଜରୁରୀ ଔଷଧ ପଠାଇଛି। ଭାରତ ସରକାରଙ୍କ କାବୁଲ ସ୍ଥିତ ଇନ୍ଦିରା ଗାନ୍ଧୀ ହସପିଟାଲରେ ମେଡିକାଲ ସାମଗ୍ରୀ ଓ ଔଷଧ ପଠାଇଛି । ସେଠାରୁ ସମସ୍ତ ଔଷଧ ସାମଗ୍ରୀ ବଣ୍ଟନ କରାଯାଉଛି ।

ସୂଚନାଥାଉକି ଆଫଗାନିସ୍ଥାନକୁ ତାଲିବାନ ଦଖଲ କରିବା ପରେ ଦେଖାଦେଇଛି ଘୋର ଅର୍ଥନୈତିକ ସଂଙ୍କଟ। ବିଶେଷ କରି ତାଲିବାନର ଏକଛତ୍ରବାଦ ଶାସନକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଏହା ସହ ସାରା ବଶ୍ବର ନଜର ବର୍ତମାନ ତାଲିବାନର ଶାସନ ଉପରେ ରହିଛି । ଏ ଭଳି ସ୍ଥିତିରେ ଆଫଗାନିସ୍ଥାନକୁ ବିଭିନ୍ନ ଦେଶରୁ ସହାୟତା ପ୍ରଦାନ କରାଯାଉଛି।

@ANI

ABOUT THE AUTHOR

...view details