ଓଡିଶା

odisha

By

Published : Apr 6, 2022, 9:04 PM IST

ETV Bharat / bharat

Sri Lanka Crisis: ପୁଣି 36 ହଜାର ମେଟ୍ରିକ ଟନ ଇନ୍ଧନ ପଠାଇଲା ଭାରତ

ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଭାରତ ପଠାଇ ସାରିଲାଣି ମୋଟ 2ଲକ୍ଷ 70ହଜାର ମେଟ୍ରିକ ଟନ ଇନ୍ଧନ । ସୂଚନା ଦେଲେ କଲମ୍ବୋରେ ଅବସ୍ଥାପିତ ଭାରତୀୟ ହାଇକମିଶନର । ଅଧିକ ପଢନ୍ତୁ

Sri Lanka Crisis: ଭାରତ ପଠାଇ ସାରିଲାଣି ମୋଟ 2ଲକ୍ଷ 70 ହଜାର ମେଟ୍ରିକ ଟନ ଇନ୍ଧନ
Sri Lanka Crisis: ଭାରତ ପଠାଇ ସାରିଲାଣି ମୋଟ 2ଲକ୍ଷ 70 ହଜାର ମେଟ୍ରିକ ଟନ ଇନ୍ଧନ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ପଡୋଶୀ ଦେଶ ଭାବେ ଭାରତ ତାର ନୈତିକ ଦାୟିତ୍ବ ଜାରିରଖିଛି । ଶ୍ରୀଲଙ୍କାରେ ଏବେ ସର୍ବାଧିକ ଇନ୍ଧନ ସଙ୍କଟ ଜାରି ରହିଥିବାବେଳେ ଭାରତ ପର୍ଯ୍ୟାୟ କ୍ରମେ ମୋଟ 2,70,000 ମେଟ୍ରିକ୍ ଟନ୍ ଇନ୍ଧନ ପଠାଇ ସାରିଥିବା କଲୋମ୍ବରେ ଅବସ୍ଥାପିତ ଭାରତର ୟୁଚ୍ଚାୟୁକ୍ତ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଭାରତ ପକ୍ଷରୁ ଗତ 24ଘଣ୍ଟା ମଧ୍ୟରେ 36,000 ମେଟ୍ରିକ୍ ଟନ୍ ପେଟ୍ରୋଲ ଏବଂ 40,000 ମେଟ୍ରିକ୍ ଟନ୍ ଡିଜେଲ ଶ୍ରୀଲଙ୍କାକୁ ପଠାଯାଇଥିଲା । ସେହିପରି ଭାରତ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏକାଧିକ ପର୍ଯ୍ୟାୟରେ ସୁଦ୍ଧା ମୋଟ ଇନ୍ଧନ ସହାୟତା ପରିମାଣ 270,000 ମେଟ୍ରିକ୍ ଟନ୍ ଅତିକ୍ରମ କରିଥିବା ଭାରତୀୟ କର୍ତ୍ତୁପକ୍ଷ ସ୍ପଷ୍ଟ କରିଛନ୍ତି ।

ଶ୍ରୀଲଙ୍କରେ ଜରୁରୀ ସାମଗ୍ରୀ ସହ ଶକ୍ତି ଓ ଇନ୍ଧନର ଘୋର ସଙ୍କଟ ଜାରି ରହିଛି । ଦେଶର ଏକାଧିକ ସ୍ଥାନରେ ପେଟ୍ରୋଲ ଡିଜେଲ ଆଦିର ଉପଲବ୍ଧତା ଶେଷ ହୋଇ ସାରିଛି । ଦେଶବ୍ୟାପୀ ପ୍ରତିବାଦ, ଆନ୍ଦୋଳନ ସାଙ୍ଗକୁ ରାଜନୈତିକ ଅସ୍ଥିରତା ମଧ୍ୟ ଲାଗିରହିଛି । ଇନ୍ଧନ ଯୋଗାଣ କ୍ଷେତ୍ରରେ ଭାରତର ସହାୟତା ବର୍ତ୍ତମାନ ସମୟରେ ବେସ ସହାୟକ ହେବା ନେଇ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details