ନୂଆଦିଲ୍ଲୀ: କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ହେଲେ ଥମୁନି ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 8 ହଜାର 921 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 71 ଲକ୍ଷ 57 ହଜାର 795ରେ ପହଞ୍ଚିଛି ।
ଦିନକରେ 4,157 ଜଣଙ୍କ ଜୀବନ ନେଲା କୋରୋନା, ଆଜିବି 2 ଲକ୍ଷ ଉପରେ ପଜିଟିଭ - କୋରୋନା ମୃତ୍ୟୁ ସଂଖ୍ୟା
କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ହେଲେ ଥମୁନି ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 8 ହଜାର 921 କୋରୋନା ଆକ୍ରାନ୍ତ ଚିହ୍ନଟ । 4 ହଜାର 157 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

କମୁଛି ସଂକ୍ରମଣ, ଥମୁନି ମୃତ୍ୟୁ ସଂଖ୍ୟା, ଦିନକରେ 4,157 ଜଣଙ୍କ ମୁଣ୍ଡ ନେଲା ମହାମାରୀ
ସେହିପରି ଆଜି ଦେଶରେ 4 ହଜାର 157 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3 ଲକ୍ଷ 11 ହଜାର 388ରେ ପହଞ୍ଚିଛି । ସେହିପରି ଗତ 24 ଘଣ୍ଟାରେ 2ଲକ୍ଷ 95 ହଜାର 955 ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ 24 ଲକ୍ଷ 95 ହଜାର 591ଟି ଆକ୍ଟିଭ କେସ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ