ନୂଆଦିଲ୍ଲୀ: ଦେଶରେ ଏବେ ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ମାମଲା 50 ହଜାରରୁ ତଳକୁ ରହୁଛି । ଗତ 24 ଘଣ୍ଟାରେ 41 ହଜାର 100 ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଯେଉଁଥିରେ 447 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସଦ୍ୟତମ ରିପୋର୍ଟକୁ ମିଶାଇ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 88 ଲକ୍ଷ 14 ହଜାର 579 ଏବଂ ମୃତ୍ୟୁ ସଂଖ୍ୟା 1 ଲକ୍ଷ 29 ହଜାର 635କୁ ଛୁଇଁଛି ।
ଦେଶରେ କମୁଛି ସଂକ୍ରମଣ: ଦିନକରେ 41 ହଜାର 100 ଆକ୍ରାନ୍ତ ଚିହ୍ନଟ, 447 ମୃତ - ତଳମୁହାଁ କୋରୋନା ଗ୍ରାଫ
ଦେଶରେ ତଳମୁହାଁ କୋରୋନା ଗ୍ରାଫ । 24 ଘଣ୍ଟାରେ 41 ହଜାର 100 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 447 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ...
ଦେଶରେ କମୁଛି ସଂକ୍ରମଣ: ଦିନକରେ 41 ହଜାର 100 ଆକ୍ରାନ୍ତ ଚିହ୍ନଟ, 447 ମୃତ
ତେବେ, ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 42,156 କୁ ମିଶାଇ ସର୍ବମୋଟ 82 ଲକ୍ଷ 05 ହଜାର 728 ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ 4 ଲକ୍ଷ 79 ହଜାର 216 ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେଥିମଧ୍ୟରୁ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଅତ୍ୟଧିକ ସଂକ୍ରମିତ ରହିଛନ୍ତି ।
@ANI