ଓଡିଶା

odisha

‘ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ପ୍ରତିବଦ୍ଧ ଭାରତ ସରକାର’

By

Published : Aug 22, 2021, 10:51 PM IST

ଆଫଗାନିସ୍ତାନରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ବଦ୍ଧପରିକର ଭାରତ ସରକାର । କାବୁଲରୁ ୮୭ ଜଣ ଭାରତୀୟ ଫେରିବା ପରେ ଏହା କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ...

Union Minister Scindia
ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ପ୍ରତିବଦ୍ଧ ଭାରତ ସରକାର

ନୂଆଦିଲ୍ଲୀ:ଆଫଗାନିସ୍ତାନରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ବଦ୍ଧପରିକର ଭାରତ ସରକାର । ଆଫାଗାନିସ୍ତାନର କାବୁଲରୁ ୮୭ ଜଣ ଭାରତୀୟ ତାଜାକିସ୍ତାନ ଦେଇ ସୁରକ୍ଷିତ ଭାବରେ ଭାରତରେ ପହଞ୍ଚିବା ପରେ ଏହା କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ ତାଜାକିସ୍ତାନର ରାଜଧାନୀ ଦୁସାନୋବେରୁ ଏୟାର ଇଣ୍ଡିଆ ଏୟାରକ୍ରାପ୍ଟ ୮୭ ଜଣ ଭାରତୀୟଙ୍କୁ ନୂଆଦିଲ୍ଲୀ ପହଞ୍ଚାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ବରେ ଆଫଗାନିସ୍ତାନରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇଆଣିବା ପାଇଁ ବଦ୍ଧପରିକର ବୋଲି କହିଛନ୍ତି। ଏହା ସହ ଭାରତୀୟମାନେ ଆଫଗାନିସ୍ତାନରୁ ଫେରିବାବେଳେ ଭାରତ ମାତା କି ଜୟ ନାରା ଦେଉଥିବା ଭିଡିଓ ମଧ୍ୟ ଟ୍ବିଟ କରିଛନ୍ତି। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଦୂତାବାସ କର୍ମଚାରୀ ସମେତ ଆଫଗାନିସ୍ତାନରୁ ୩୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି । ଭାରତ ତାଜାକିସ୍ତାନ ଓ କାତାର ରୁଟରୁ ସମସ୍ତଙ୍କୁ ଉଦ୍ଧାର କରୁଛି । ଆଫଗାନିସ୍ତାନରୁ ସମସ୍ତ ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ଆଫଗାନିସ୍ତାନରୁ ଭାରତ ତାଜାକିସ୍ତାନ ଏବଂ କାତାର ମାର୍ଗରେ ନାଗରିକଙ୍କୁ ଉଦ୍ଧାର କରୁଛି। ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଥଇଥାନ କରିବା ପାଇଁ ଭାରତକୁ କାବୁଲରୁ ପ୍ରତିଦିନ ଦୁଇଟି ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲ ତାଲିବାନ ଦଖଲ କରିବା ପରେ ଆମେରିକା ଏବଂ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ବାହିନୀ କାବୁଲ ବିମାନବନ୍ଦରର କାର୍ଯ୍ୟକୁ ନିୟନ୍ତ୍ରଣ କରିଆସୁଛନ୍ତି।

ସୂଚନାଥାଉକି ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣକୁ ଯିବା ପରେ ଲୋକମାନେ ଦେଶ ଛାଡିବାକୁ ତତ୍ପର ହୋଇଛନ୍ତି । ଦେଶର ସମସ୍ତ ବିମାନ ବନ୍ଦରରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଅଗଷ୍ଟ 15 ରେ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡିବା ପରେ ଦେଶରେ ଗଣତନ୍ତ୍ର ସରକାର ପତନ ଘଟିଥିଲା। ବର୍ତ୍ତମାନ ମଧ୍ୟ ଆଫଗାନବାସୀ ବିଦେଶମୁହିଁ ହୋଇଛନ୍ତି। ବିଶେଷ କରି ତାଲିବାନର ଏକଛତ୍ରବାଦ ଶାସନ ଓ ମହିଳାଙ୍କୁ ଅତ୍ୟାଚାର ଯୋଗୁଁ ଲୋକେ ଭୟଭୀତ ହୋଇ ଦେଶ ଛାଡୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details