ନୂଆଦିଲ୍ଲୀ:କୋରୋନାକୁ ମାତ ଦେବା ପାଇଁ ଆସିଲା ଆଉ ଦୁଇଟି ଅସ୍ତ୍ର । ଲଢ଼େଇରେ ଆଉ ଏକ ସଫଳତା ହାସଲ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଆଉ ଦୁଇଟି ଟିକାକୁ ମିଳିଲା ଗ୍ରୀନ୍ ସିଗ୍ନାଲ। କୋର୍ବେଭାକ୍ସ ଓ କୋଭୋଭାକ୍ସ (CORBEVAX and COVOVAX) ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
ଏହି ଦୁଇଟି ଟିକା ସହ ଆଣ୍ଟି ଭାଇରାଲ ଡ୍ରଗ୍ସ ମୋଲନୁପିରାଭିରର ଜରୁରୀ ବ୍ୟବହାର ପାଇଁ CDSCOର ଅନୁମତି ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଭାରତର ପ୍ରଥମ ସ୍ବଦେଶୀ ଆରବିଡି ପ୍ରୋଟିନ୍ ସବ୍-ୟୁନିଟ୍ ‘ଟିକା ହେଉଛି କୋର୍ବେଭାକ୍ସ। ଭାରତରେ ଏହା ତୃତୀୟ ଟିକା। ଏହାକୁ ହାଇଦ୍ରାବାଦ ଭିତ୍ତିକ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।