ଓ୍ବାଶିଂଟନ:ମିଳିତ ଜାତିସଂଘର ସାଧାରଣ ସଭାର ୭୭ତମ ଅଧିବେଶନରେ (un general assembly session)ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫଙ୍କ ଶାନ୍ତି ମନ୍ତବ୍ୟର ଜବାବ ଦେଇଛି (India reply Pakistan)। ପାକିସ୍ତାନ ପ୍ରଧାନମନ୍ତ୍ରୀ ସିରଫ କାଶ୍ମୀର ପ୍ରସଙ୍ଗ ଓ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିଲେ । ଭାରତ ମଧ୍ୟ ପାଲଟା ଜବାବରେ ଆତଙ୍କବାଦକୁ ପାକିସ୍ତାନର ପ୍ରଚ୍ଛନ୍ନ ସହଯୋଗ ପ୍ରସଙ୍ଗ ଉଠାଇ ଆଲୋଚନା କରିଛି । ମିଳିତ ଜାତିସଂଘରେ ଭାରତୀୟ ମିଶନର ପ୍ରଥମ ସଚିବ ମିଜିଟୋ ବିନିଟୋ ଭାରତର ପକ୍ଷ ରଖିଥିଲେ (India Cites Mumbai Attack in un)। ବିନିଟୋ ପାକିସ୍ତାନକୁ ଆତଙ୍କୀ କାର୍ଯ୍ୟକଳାକୁ ପ୍ରତ୍ୟେକ୍ଷ ପ୍ରୋତ୍ସାହନ ଦେଉଥିବା କହି ସମାଲୋଚନା କରିବା ସହ ଇସଲାମାବାଦ ଉପରେ ସୀମାପାର ଆତଙ୍କବାଦର ଆରୋପ ଲଗାଇଥିଲେ ।
ବିନିଟୋ କହିଥିଲେ, ଏହା ଅତ୍ୟନ୍ତ ଦୁଖଃଦ ଯେ ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘ ପରି ଏକ ସର୍ବୋଚ୍ଚ ଅନ୍ତର୍ଜାତୀୟ ମଞ୍ଚକୁ ବାଛିଲେ (India Cites Mumbai Attack in un)। ସେ ତାଙ୍କ ନିଜ ଦେଶ ଦ୍ବାରା ଜାରି ରହିଥିବା ବିଭିନ୍ନ ଅସ୍ଥିରତା ସୃଷ୍ଟିକାରୀ କାର୍ଯ୍ୟକୁ ଲୁଚାଇବା ପାଇଁ ଭାରତ ଉପରେ ପାଲଟା ଅଭିଯୋଗ କରିବାକୁ ପଛାଇଲେ ନାହିଁ । ଭାରତ ବିରୋଧରେ ସେ ଯେଉଁ ଅଭିଯୋଗମାନ କରିଛନ୍ତି ତାହା ବିଶ୍ବବାସୀ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ।