ଓଡିଶା

odisha

ETV Bharat / bharat

ଆସନ୍ତା ୧୨ରେ ଭାରତ-ଚୀନ ୧୪ତମ କମାଣ୍ଡରସ୍ତରୀୟ ବୈଠକ - ଭାରତ ଚୀନ କମାଣ୍ଡରସ୍ତରୀୟ ବୈଠକ

ଜାନୁୟାରୀ ୧୨ରେ ହେବ ଭାରତ-ଚୀନ ମଧ୍ୟରେ ୧୪ ତମ କମାଣ୍ଡରସ୍ତରୀୟ ବୈଠକ (India China 14th round Corps Commander talk) । ଭାରତୀୟ ସେନା ତରଫରୁ ନେତୃତ୍ବ ନେବେ ୧୪ Fire and Fury କର୍ପସ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା । ଅଧିକ ପଢନ୍ତୁ

ଜାନୁୟାରୀ ୧୨ରେ ଭାରତ ଚୀନ ୧୪ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା
ଜାନୁୟାରୀ ୧୨ରେ ଭାରତ ଚୀନ ୧୪ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା

By

Published : Jan 7, 2022, 9:00 PM IST

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ହେବ ୧୪ ତମ କମାଣ୍ଡରସ୍ତରୀୟ ବୈଠକ (India China 14th round Corps Commander talk)। ଭାରତ ଓ ଚୀନ ମଧ୍ୟ ଏଲଏସିରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଜାନୁୟାରୀ ୧୨ ରେ ଭାରତ ଚୀନ ମଧ୍ୟରେ ୧୪ ତମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଭାରତୀୟ ସେନା ତରଫରୁ ୧୪ Fire and Fury କର୍ପସ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା ନେତୃତ୍ବ ନେବେ। ଚୀନର ନେତୃତ୍ବଙ୍କ ସହିତ ଆଲୋଚନା କରିବେ ବୋଲି ଗୁରୁବାର ସୂଚନା ଦେଇଛନ୍ତି ।

ଭାରତ ଚୀନ ମଧ୍ୟରେ ଏଲଏସିରେ ଲାଗି ରହିଥିବା ବିବାଦୀୟ ପରିସ୍ଥିତିକୁ ସମାଧାନ କରିବା ପାଇଁ କମାଣ୍ଡରସ୍ତରୀୟ ଆଲୋଚନା ଚାଲିଛି । ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ବିଭିନ୍ନ ଅଞ୍ଚଳରେ ସମସ୍ୟା ସମାଧାନ କରିଛନ୍ତି । ବର୍ତ୍ତମାନ ୧୪ ତମ କମାଣ୍ଡରସ୍ତରୀୟ ଆଲୋଚନାରେ ଭାରତ ଓ ଚୀନ ମଧ୍ୟରେ ବିଶେଷ କରି ଏଲଏସିର ହଟସ୍ପ୍ରିଙ୍ଗ ଅଞ୍ଚଳକୁ ନେଇ ଆଲୋଚନା କରାଯିବା ସମ୍ଭାବନା ରହିଛି। ଏନେଇ ଉଭୟ ଦେଶର ସରକାରୀସ୍ତରରେ ଆଲୋଚନା ହୋଇଛି ଏବଂ ଉଭୟ ଦେଶର ସେନା ମଧ୍ୟରେ ସମସ୍ୟାର ସମାଧାନ କରାଯିବା ସମ୍ଭାବନା ରହିଛି ।

ପୂର୍ବ ଲଦାଖର ବିଭିନ୍ନ ବିବାଦୀୟ ଅଞ୍ଚଳକୁ ନେଇ ଉଭୟ ଦେଶର ସୈନ୍ୟ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ପୂର୍ବ ଲଦାଖର ହଟସ୍ପ୍ରିଙ୍ଗ, ଗୋଗ୍ରା, ପୋଙ୍ଗୋଙ୍ଗ ଅଞ୍ଚଳକୁ ନେଇ ଗତ ବର୍ଷ ଭାରତ ଓ ଚୀନର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି ଉଭୟ ଦେଶର ସେନା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଗ୍ରା ଓ ପୋଙ୍ଗଙ୍ଗର ବିବାଦକୁ ନେଇ ସମାଧାନ ହୋଇଥିବା ସେନା ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ହଟସ୍ପ୍ରିଙ୍ଗ ଅଞ୍ଚଳକୁ ନେଇ ଆଲୋଚନା କରାଯିବା ସମ୍ଭାବନା ରହିଛି।

ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ହୋଇଥିବା ବିବାଦକୁ ସମାଧାନ କରିବା ପାଇ ପୂର୍ବରୁ ୧୩ ଥର କମାଣ୍ଡରସ୍ତରୀୟ ଆଲୋଚନା କରାଯାଇଛି । ବିବାଦୀୟ ଅଞ୍ଚଳର ସମାଧାନ ପାଇଁ ଉଭୟ ଦେଶର ସେନା ସହିତ କମାଣ୍ଡରସ୍ତରୀୟ ଆଲୋଚନା ଜାରୀ ରଖାଯାଇଛି। ସୂଚନାଥାଉକି ୨୦୨୦ ଜୁନ ୧୫ ତାରିଖରେ ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ ଉପତ୍ୟକାରେ ସଂଘର୍ଷ ଯୋଗଁ ଉଭୟ ଦେଶର ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ।

@ANI

ABOUT THE AUTHOR

...view details