ଓଡିଶା

odisha

ପୂର୍ବ-ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଶେଷ କଲେ ଭାରତ-ଚୀନ

By

Published : Sep 13, 2022, 6:59 PM IST

ପୂର୍ବ-ଲଦାଖ କ୍ଷେତ୍ରର (eastern Ladakh sector) ଉତ୍ତେଜନାପୂର୍ଣ୍ଣ ପଏଣ୍ଟରୁ ସୈନ୍ୟ ପ୍ରତ୍ୟାହାର ଶେଷ କଲେ ଭାରତ-ଚୀନ । ଚଳିତ ମାସ 8 ତାରିଖରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଜୁଲାଇରେ 16ତମ ରାଉଣ୍ଡ ଆଲୋଚନାରେ ସୈନ୍ୟ ପ୍ରତ୍ୟାହାର ନେଇ ଦୁଇ ଦେଶ ମଧ୍ୟରେ ହୋଇଥିଲା ସହମତି । ଅଧିକ ପଢନ୍ତୁ

ପୂର୍ବ ଲଦାଖ କ୍ଷେତ୍ରରୁ ସୈନ୍ୟ ପ୍ରତ୍ୟାହାର ଶେଷ କଲେ ଭାରତ-ଚୀନ
ପୂର୍ବ ଲଦାଖ କ୍ଷେତ୍ରରୁ ସୈନ୍ୟ ପ୍ରତ୍ୟାହାର ଶେଷ କଲେ ଭାରତ-ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖ କ୍ଷେତ୍ରର ହଟ ସ୍ପ୍ରିଙ୍ଗ ଏରିଆରୁ ସୈନ୍ୟ ପ୍ରତ୍ୟାହାର ଶେଷ କଲେ ଉଭୟ ଚୀନ ଓ ଭାରତ (disengagement process in eastern Ladakh completed ) । ଗୋଗ୍ରା ହାଇଟ ହଟ ସ୍ପ୍ରିଙ୍ଗ ଏରିଆର ଉତ୍ତେଜନାପୂର୍ଣ୍ଣ ସ୍ଥାନ ପଏଣ୍ଟ-15 ରୁ ସୈନ୍ୟ ଅପସାରଣ କରିବା ପାଇଁ ଉଭୟ ସେନା ମଧ୍ୟରେ ସହମତି ହୋଇଥିଲା । ଜୁଲାଇରେ କମାଣ୍ଡରସ୍ତରୀୟ ଆଲୋଚନାରେ ସହମତି ହୋଇଥିବା ବେଳେ ଚଳିତ ମାସ 8 ତାରିଖରେ ଉଭୟ ସେନା ଏହି ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହା ଆଜି ଶେଷ ହୋଇଥିବା ସୂଚନା ମିଳିଛି । ତେବେ ସୈନ୍ୟ ଅପସାରଣ ପ୍ରକ୍ରିୟା ଶେଷ ହେବା ପରେ ଉଭୟ ପକ୍ଷ ସେମାନଙ୍କ ପୋଜିସନ ଭେରିଫିକେସନ ପ୍ରକ୍ରିୟା ମଧ୍ୟ ଶେଷ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- LAC ରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ

ଦୀର୍ଘ 2ବର୍ଷ ହେବ ପ୍ରକୃତ ନିୟନ୍ତ୍ରଣ ରଖା ନିକଟବର୍ତ୍ତୀ ଅଞ୍ଚଳରେ (eastern Ladakh sector) ଉଭୟ ସେନା ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଦୁଇ ସେନା ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ କମାଣ୍ଡରସ୍ତୀୟ ଆଲୋଚନା ଶୃଙ୍ଖଳା ଆରମ୍ଭ ହୋଇଥିଲା । ଏଥିରେ ଏକାଧିକ ପ୍ରର୍ଯ୍ୟାୟ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ବାହାରି ପାରିନଥିଲା । ତେବେ ଜୁଲାଇରେ ହୋଇଥିବା 16 ତମ ରାଉଣ୍ଡରେ ଦୁଇ ସେନା ସୈନ୍ୟ ପ୍ରତ୍ୟାହାର ନେଇ ସହମତ ହୋଇଥିଲେ । ଏନେଇ ଚଳିତ ମାସ 8 ତାରିଖରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ତାହା ଶେଷ ହୋଇଛି । ସେନା ପ୍ରତ୍ୟାହାର ପରେ ଉଭୟ ପକ୍ଷ ପରସ୍ପରର ପୋଜିସନ ନେଇ ମଧ୍ୟ ଅବଗତ ହୋଇଛନ୍ତି । 2020ରେ ଦୁଇ ଦେଶର ସେନା ମଧ୍ୟରେ ଗଲଓ୍ବାନ ଭ୍ୟାଲିରେ ହୋଇଥିବା ସଂଘର୍ଷ ପରେ ଉତ୍ତେଜନା ଲାଗି ରହିଥିଲା । ଉଭୟ ଦେଶ ସେମାନଙ୍କ ସାମରିକ ଗତିବିଧି ମଧ୍ୟ ବୃଦ୍ଧି କରିଥିଲେ ।

ସେପ୍ଟେମ୍ବର 8 ତାରିଖରେ ପୂର୍ବ ଲଦାଖର (eastern Ladakh sector) ଉତ୍ତେଜନାପୂର୍ଣ୍ଣ ପୋଷ୍ଟରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ ଉଭୟ ଦେଶ (India China begin disengagement) । ଜୁଲାଇରେ ବସିଥିବା କମାଣ୍ଡର ସ୍ତରୀୟ ଆଲୋଚନାରେ ଏନେଇ ନିଷ୍ପତ୍ତି ଗ୍ରହଣ ହୋଇଥିବା ବେଳେ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଥିଲା । ଦୁଇ ଦେଶର ସେନାର ମଧ୍ୟରେ ଜାରି ରହିଥିବା କମାଣ୍ଡର ସ୍ତରୀୟ ଆଲୋଚନାର 16ତମ ରାଉଣ୍ଡରେ ଏହି ନିଷ୍ପତ୍ତିରେ ଉଭୟ ପକ୍ଷ ସହମତ ହୋଇଥିଲେ । କମାଣ୍ଡର ସ୍ତରୀୟ ଆଲୋଚନାରେ ସଫଳତା ଓ ସୈନ୍ୟ ପ୍ରତ୍ୟାହାର ନେଇ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଉଭୟ ସେନା ମିଳିତ ପ୍ରେସ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ।

ଗଲଓ୍ବାନ ଭ୍ୟାଲିରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଏଥିରେ ଏକାଧିକ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ମୃତ୍ୟ ସଂଖ୍ୟା ଲୁଚାଇଥିଲା ଚୀନ । ପରେ ଲଦାଖ ନିକଟବର୍ତ୍ତୀ ସୀମାର ଫରଓ୍ବାର୍ଡ ପୋଷ୍ଟରେ ଉତ୍ତେଜନା ହ୍ରାସ କରିବା ନେଇ ସୈନ୍ୟ ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏକାଧିକ ପର୍ଯ୍ୟାୟର କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ତେବେ ଏନେଇ ଆଜି ପ୍ରକ୍ରିୟା ଆରମ୍ଭ ହୋଇଛି । ସୈନ୍ୟ ପ୍ରତ୍ୟାହାର ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ମଧ୍ୟ ହ୍ରାସ ପାଇବା ନେଇ ଅନୁମାନ କରାଯାଉଛି । ଅନ୍ୟପଟେ ଆଲୋଚନା ଜାରି ରହିଥିଲେ ସୁଦ୍ଧା ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ କରିବାରେ ଲାଗିଛି ଡ୍ରାଗନ ସେନା । ଯାହାକୁ ନେଇ ଭାରତ ମଧ୍ୟ ଡ୍ରାଗନ ସେନାର ଗତିବିଧି ଉପରେ ନଜର ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details