ନୂଆଦିଲ୍ଲୀ: ସୀମାରେ ଭାରତ-ଚୀନ ମୁହାଁମୁହିଁ ପ୍ରସଙ୍ଗ। ଆଜି (ମଙ୍ଗଳବାର) ଜରୁରୀକାଳୀନ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। 3 ସେନାର ମୁଖ୍ୟ ଓ ପ୍ରତିରକ୍ଷା ସଚିବ ବୈଠକରେ ଉପସ୍ଥିତ ରହିବେ। ସିଡିଏସ୍ ଜେନେରାଲ ଅନିଲ ଚୌହ୍ବାନଙ୍କ ସମେତ ବୈଦେଶିକ ମନ୍ତ୍ରୀ ଓ ସଚିବ ମଧ୍ୟ ଉପସ୍ଥିତ ରହିବେ । ଗତ 9 ତାରିଖରେ ଅରୁଣାଞ୍ଚଳ ପ୍ରଦେଶ ସୀମା ସଲଗ୍ନ ତାୱଙ୍ଗ କ୍ଷେତ୍ରରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।
LACରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ, ଜରୁରୀକାଳୀନ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ - ସୀମାରେ ଭାରତ ଚୀନ ମୁହାଁମୁହିଁ
ସୀମାରେ ଭାରତ-ଚୀନ ମୁହାଁମୁହିଁ ପ୍ରସଙ୍ଗରେ ଆଜି ଜରୁରୀକାଳୀନ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅଧିକ ପଢ଼ନ୍ତୁ
LACରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ, ଜରୁରୀକାଳୀନ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ
ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାୟ 3 ଶହ ଚୀନ ଯବାନ ଅସ୍ତ୍ରଶସ୍ତ୍ର ସହ ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରିଥିବା କଥା କୁହାଯାଉଛି । ଭାରତୀୟ ଯବାନ ସେମାନଙ୍କୁ ଦୃଢତାର ସହ ପ୍ରତିରୋଧ କରିବା ସହ ସେମାନଙ୍କୁ ତଡିବାରେ ସଫଳ ହୋଇଥିଲେ । ଉଭୟ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଉଭୟ ପକ୍ଷର କିଛି ଯବାନ ସାମାନ୍ୟ ଆହତ ହୋଇଛନ୍ତି । ଭାରତଠାରୁ ଚୀନ ସେନାର ଅଧିକ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।