ନୂଆଦିଲ୍ଲୀ:ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଜାରି ରହିଥିବା ଭାରତ-ଚୀନ ସୀମା ବିବାଦକୁ ନେଇ ଭାରତ ଓ ଚୀନ ସେନା ମଧ୍ୟରେ ଜାରି ରହିଥିବା କମାଣ୍ଡର ସ୍ତରୀୟ ବୈଠକର ୧୪ତମ ପର୍ଯ୍ୟାୟ ଚଳିତମାସ ଦ୍ୱିତୀୟାର୍ଦ୍ଧରେ ହେବା ନେଇ ସୂଚନା ରହିଛି ।ଏହି ସମୟ ମଧ୍ୟରେ ଆଲୋଚନା ଭାରତ ପାଇଁ ଲାଭଦାୟକ ହେବ ବୋଲି ଅନୁମାନ କରାଯାଉଛି ।
୧୯୭୧ ଭାରତ-ପାକ ଯୁଦ୍ଧର ୫୦ବର୍ଷ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସେନା ଗୋଲ୍ଡେନ ଜୁବୁଲି ପାଳନ ପାଇଁ ଡିସେମ୍ବର ୧୬ ତାରିଖ ଯାଏ ବ୍ୟସ୍ତ ରହିବ । ତେଣୁ ମାସର ଦ୍ୱିତୀୟାର୍ଦ୍ଧରେ ଏହି ଆଲୋଚନା ଭାରତ ପାଇଁ ସୁବିଧା ହୋଇପାରେ ବୋଲି କୁହାଯାଉଛି । ଗଲଓ୍ବାନ ସଂଘର୍ଷ ପରେ ଭାରତ-ଚୀନ ସୀମା ବିବାଦ ସମାଧାନ ଓ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ଏହି ଆଲୋଚନା ଶୃଙ୍ଖଳା ଜାରି ରହିଛି ।