ଓଡିଶା

odisha

ETV Bharat / bharat

ଭାରତ ଆସୁଥିବା ଯାତ୍ରୀଙ୍କ ଉପରୁ ହଟିଲା ସେଲ୍ଫ ଡିକ୍ଲାରେସନ କଟକଣା - ସେଲ୍ଫ ଡିକ୍ଲାରେସନ କଟକଣା

ଭାରତ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ସେଲ୍ଫ ଡିକ୍ଲାରେସନ ଗାଇଡଲାଇନକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଯାତ୍ରା ସମୟରେ ଏୟାର ସୁବିଧା ପୋର୍ଟାଲରେ ଦେବାକୁ ପଡିବ ନାହିଁ ସେଲ୍ଫ ଡିକ୍ଲାରେସନ । ଅଧିକ ପଢ଼ନ୍ତୁ

india cancel air suvidha forms for international passengers
ଭାରତ ଆସୁଥିବା ଯାତ୍ରୀଙ୍କ ଉପରୁ ହଟିଲା ସେଲ୍ଫ ଡିକ୍ଲାରେସନ କଟକଣା

By

Published : Nov 22, 2022, 8:32 AM IST

ନୂଆଦିଲ୍ଲୀ: ଭାରତକୁ ଆସୁଥିବା ବିଦେଶୀଙ୍କ ଉପରୁ ହଟିଲା କଟକଣା । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଏୟାର ସୁବିଧା ପୋର୍ଟାଲରେ ସେଲ୍ଫ ଡିକ୍ଲାରେସନ ଗାଇଡଲାଇନକୁ ସରକାର ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଏହାର ଆବଶ୍ୟକତା ନାହିଁ । ମଧ୍ୟରାତ୍ରିରୁ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ସୂଚନା ରହିଛି । କୋଭିଡ କଣକଣାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ କୋଭିଡ ସମ୍ବନ୍ଧିୟ ତଥ୍ୟ ଯାଞ୍ଚ କରିବାକୁ ଗାଇଡଲାଇନ ଜାରି ହୋଇଥିଲା ।

ବେସାମିରକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କୁହାଯାଇଛି, ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ସମଗ୍ର ଦେଶ ତଥା ବିଶ୍ବରେ ଟିକାକରଣର ଉଲ୍ଲେଖନୀୟ ଅଗ୍ରଗତି ହେତୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ଗାଇଡଲାଇନକୁ ସଂଶୋଧିତ କରିଛନ୍ତି । ଅର୍ଥାତ ଏଣିକି ଏୟାର ସୁବିଧା ପୋର୍ଟାଲରେ ନିଜ କୋଭିଡ ସମ୍ବନ୍ଧିତ ତଥା କୋଭିଡ ନିରୋଧୀ ଟିକା, ଆରଟିପିଆର ଟେଷ୍ଟ ଆଦିର ତଥ୍ୟ ଦେବାକୁ ପଡ଼ିବ ନାହିଁ ।

ସୁବିଧା ପୋର୍ଟାଲରେ ଫର୍ମ ପୂରଣ ପ୍ରକ୍ରିୟାକୁ ବିମାନ ମନ୍ତ୍ରଣାଳୟ ବନ୍ଦ କରିଛନ୍ତି । କିନ୍ତୁ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ନିୟମର ସମୀକ୍ଷା କରାଯିବ ବୋଲି କୁହାଯାଇଛି । ଗତ ସପ୍ତାହରେ ବିମାନରେ ଯାତ୍ରୀଙ୍କ ମାସ୍କ ପରିବହନ କଟକଣାକୁ ହଟାଇ ଦିଆଯାଇଛି । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାସ୍କ ବ୍ୟବହାର କରିପାରିବେ । ସେ ପର୍ଯ୍ୟନ୍ତ ବିମାନରେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ଥିଲା ।

ଏହା ମଧ୍ୟ ପଢ଼ନ୍ତୁ:କତାରରେ ଫିଫା ବିଶ୍ବକପ୍‌, ତାମିଲନାଡୁରୁ ଗଲା ଦେଢ କୋଟି ଅଣ୍ଡା

ସୂଚନା ଥାଉକି, କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ କେନ୍ଦ୍ର ସରକାର ଏୟାର ସୁବିଧା ପୋର୍ଟାଲରେ ସେଲ୍ଫ ଡିକ୍ଲାରେସନକୁ ବାଧ୍ୟତାମୂଳକ କରିଥିଲେ । ଯାତ୍ରୀମାନେ ବିମାନ ଚଳାଚଳ ପୂର୍ବରୁ 'ଏୟାର ସୁବିଧା' ପୋର୍ଟାଲରେ ବର୍ତ୍ତମାନର ସ୍ବାସ୍ଥ୍ୟ ସ୍ଥିତି ଘୋଷଣା କରିବା ସହିତ ପାସପୋର୍ଟର ଜେରକ୍ସ, 72 ଘଣ୍ଟାର RTPCR ରିପୋର୍ଟ ଏବଂ ଟୀକାକରଣ ସାର୍ଟିଫିକେଟ ଆଦି ଦାଖଲ କରିବାର ବ୍ୟବସ୍ଥା ଥିଲା । MOCA(Minimum Obstruction Clearance Altitude) ଦ୍ବାରା ବିକଶିତ ଏହି ପୋର୍ଟାଲ୍ ବାହାରୁ ଆସୁଥିବା ଯାତ୍ରୀ ଯଦି ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ଯୋଗାଯୋଗ କରିବାରେ ସହାୟକ ହୋଇଥାଏ ।

ABOUT THE AUTHOR

...view details