ଓଡିଶା

odisha

ETV Bharat / bharat

ଭାରତରେ ଆତଙ୍କବାଦକୁ ସହ୍ୟ କରାଯିବନି: ଏସ.ଜୟଶଙ୍କର - ବୈଦେଶିକ ମନ୍ତ୍ରୀ

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଆଲୋଚନା କରି ଭାରତରେ କୌଣସି ମତେ ଆତଙ୍କବାଦକୁ ସହ୍ୟ କରାଯିବନି ବୋଲି କହିଛନ୍ତି ଏସ. ଜୟଶଙ୍କର । ଅଧିକ ପଢନ୍ତୁ...

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର
ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

By

Published : May 27, 2021, 9:32 AM IST

ନ୍ୟୁୟର୍କ:ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଆଲୋଚନା କରି ଭାରତରେ କୌଣସି ମତେ ଆତଙ୍କବାଦକୁ ସହ୍ୟ କରାଯିବନି ବୋଲି କହିଛନ୍ତି ଏସ. ଜୟଶଙ୍କର ।

ଭାରତରେ କଦାପି ଆତଙ୍କବାଦକୁ ସହ୍ୟ କରାଯିବ ନାହିଁ । ଏହାକୁ କେବେହେଲେ କୂଟନୈତିକ ରୂପରେ ଠିକ ବୋଲି କୁହାଯାଇ ପାରିବ ନାହିଁ । ଭାରତ ଓ ପାକିସ୍ତାନ ସେନାଙ୍କ ମଧ୍ୟରେ ହେଉଥିବା ସଂଘର୍ଷରେ ବୁଝାମଣାକୁ ଭଲ ପଦକ୍ଷେପ କହିଥିବାବେଳେ ଏବେ ବି ଦୁଇଦେଶ ମଧ୍ୟରେ କିଛି ବଡ ବିଷୟ ବାକି ଅଛି ବୋଲି କହିଛନ୍ତି ଏସ. ଜୟଶଙ୍କର ।

ସେ ଆହୁରି କହିଛନ୍ତି ଦିନେ ନା ଦିନେ ଦୁଇଦେଶକୁ ଏକ ରାସ୍ତା ଖୋଜିବାକୁ ପଡିବ । କଣ ଆମେ ଏକାଠି ରହିପାରିବ ଏହା ଏକ ପ୍ରଶ୍ନ ହୋଇପାରେନା ବୋଲି କହିଛନ୍ତି ଏସ. ଜୟଶଙ୍କର । ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେନେରାଲ ଏଚଆର ମ୍ୟାକମାସ୍କରଙ୍କ ସହିତ ଆଲୋଚନା କରି ଏହି ମନ୍ତବ୍ୟ ଦେଇଛନ୍ତି । କୋରୋନା ଭୂତାଣୁକୁ ନେଇ ଭାରତର ସ୍ଥିତି ଉପରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଦୁନିଆରେ ଗୋଟିଏ ଭାଗରେ ଟୀକାକରଣ ହେବା ଓ ଗୋଟିଏ ଭାଗରେ ଟୀକାରକରଣ ନ ହେବା କାହା ପାଇଁ ସୁରକ୍ଷିତ ନୁହେଁ । ଯଦି ବଡ ବଡ ଦେଶ ସମସ୍ତ ଜିନିଷକୁ ଅଣଦେଖା କରି ନିଜ ନିଜ ରାଷ୍ଟ୍ରର ହିତକୁ ଧ୍ୟାନ ଦିଏ ତେବେ ଅନେକ ସମସ୍ୟା ଉପୁଜିବ ବୋଲି କହିଛନ୍ତି ଜୟଶଙ୍କର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details