ଓଡିଶା

odisha

ETV Bharat / bharat

ଅଢେଇ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭାରତ-ଭୁଟାନ ସୀମା - ଭାରତ ଭୁଟାନ ସୀମା

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭାରତ- ଭୁଟାନ ସୀମା । କୋରୋନା ମହାମାରୀ ଯୋଗୁଁ ଦୀର୍ଘ ଅଢ଼େଇ ବର୍ଷ ପରେ ଖୋଲିଥିବା ନେଇ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

india bhutan border gates reopened
ଅଢେଇ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭାରତ- ଭୁଟାନ ସୀମା

By

Published : Sep 24, 2022, 4:09 PM IST

ଗୌହାଟୀ: ଦୀର୍ଘ ଅଢ଼େଇ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଆସାମରେ ଥିବା ଭାରତ-ଭୁଟାନ ସୀମା । କୋରୋନା ମହାମାରୀ ପାଇଁ ସୀମାର ଫାଟକ ବନ୍ଦ ରହିଥିଲା । ନୂତନ ନିୟମ ଏବଂ ଗାଇଡଲାଇନ ସହ ଶୁକ୍ରବାର ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯାଇଛି । ଏନେଇ ଆଜି ସରକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ତାମୁଲପୁର ଜିଲ୍ଲାର ସମଦ୍ରୁପ-ଜୋଙ୍ଗଖର, ଦାଦଗିରି, ଚିରାଙ୍ଗର ଗେଲେଫୁ, ନମଲଙ୍ଗ, ବିସ୍କାର ପାନବ୍ୟଙ୍ଗ ଏବଂ ଉଦଲଗିରି ଜିଲ୍ଲାର ସମରଙ୍ଗରେ ଥିବା ଅନ୍ତର୍ଜାତୀୟ ସାମୀକୁ ଖୋଲାଯାଇଥିବା ଗୌହାଟୀର ଭୁଟାନ କନସଲ ଜେନେରାଲ ଘୋଷଣା କରିଛନ୍ତି । ସକାଳ ୯ରୁ ସନ୍ଧ୍ୟା ୫ ଯାଏ ପର୍ଯ୍ୟଟକଙ୍କ ପାଇଁ ସୀମା ଫାଟକ ଖୋଲା ରହିବ । ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ, ପର୍ଯ୍ୟଟକ, ଉଭୟ ଦେଶର ନାଗରିକ ତଥା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ବାଣିଜ୍ୟ ଏବଂ ଗମନାଗମନ ପାଇଁ ଭୁଟାନ ସରକାର ସେପ୍ଟେମ୍ବର ୨୩ତାରିଖରେ ଖୋଲିବାକୁ ଘୋଷଣା କରିଥିଲେ । ଭୁଟାନ ପର୍ଯ୍ୟଟନ ବିଭାଗ ଏହି ଅଞ୍ଚଳ ଗୁଡ଼ିକର ସ୍ଥାୟୀ ବିକାଶ କରିବା ପାଇଁ ଶୁଳ୍କ ଲଗାଇଛି ।

ଏହା ମଧ୍ୟ ପଢ଼ନ୍ତୁ:କଶ୍ମୀରରେ ଗଡିବ ପ୍ରଥମ ଇଲେଟ୍ରିକ ଟ୍ରେନ, ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସି

ପରିବେଶ ସଂରକ୍ଷଣ ସହିତ ପର୍ଯ୍ୟଟନ କ୍ଷେତ୍ରରେ ସେବା ତଥା ଭିତ୍ତିଭୂମିର ବିକାଶ ଆଣିବା ପାଇଁ ବିଦେଶୀ ନାଗରିକଙ୍କ ଠାରୁ ୨୦୦ଡଲାର ଶୁଳ୍କ ଧାର୍ଯ୍ୟ କରାଯାଇଥିବାବେଳେ ଭାରତୀୟଙ୍କ ପାଇଁ ୧,୨୦୦ ଟଙ୍କା ରହିଛି । ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କୁ ଇମିଗ୍ରେସନ ଚେକ ପୋଷ୍ଟରେ ଭୋଟର ପରିଚୟ ପତ୍ର, ପାସପୋର୍ଟ ତଥା କୌଣସି ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ରହିଛି । ପର୍ଯ୍ୟଟକଙ୍କ ପାଇଁ ଇକୋ-ଟୁରିଜିମ, ପକ୍ଷୀ ଦେଖିବା ଏବଂ ଅନ୍ୟାନ୍ୟ ଟୁର ପ୍ୟାକେଜର ବ୍ୟବସ୍ଥା ଥିବା ଅଧିକାରୀ କହିଛନ୍ତି।

ABOUT THE AUTHOR

...view details