ଓଡିଶା

odisha

ETV Bharat / bharat

Operation Kaveri: ପୋର୍ଟ ସୁଦାନରେ ପହଞ୍ଚିଲେ 500 ଭାରତୀୟ, ପ୍ରସ୍ତୁତ ରହିଛି ବିମାନ ଓ ଜାହଜ - ସୁଦାନରୁ ଉଦ୍ଧାର ହେବେ ଭାରତୀୟ

ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହେଲା ‘ଅପରେସନ କାବେରୀ’ । ପୋର୍ଟ ସୁଦାନରେ ପହଞ୍ଚିଲେ 5 ଶହ ଭାରତୀୟ । ପ୍ରସ୍ତୁତ ରହିଛି ବିମାନ ଓ ନୌସେନା ଜାହଜ । ଅଧିକ ପଢନ୍ତୁ

Operation Kaveri
Operation Kaveri

By

Published : Apr 24, 2023, 6:58 PM IST

ନୂଆଦିଲ୍ଲୀ: ଗୃହଯୁଦ୍ଧଗ୍ରସ୍ତ ମଧ୍ୟ-ଆଫ୍ରିକୀୟ ଦେଶ ସୁଦାନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆରମ୍ଭ ହେଲା ‘ଅପରେସନ କାବେରୀ’ । ପ୍ରଥମ ପର୍ଯ୍ୟାୟରେ 5ଶହ ଭାରତୀୟଙ୍କୁ ସୁରକ୍ଷିତ ପୋର୍ଟ ସୁଦାନକୁ ଅଣାଯାଇଛି । ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ନୌସେନା ଜାହାଜ ଓ ବାୟୁସେନା ବିମାନ ପ୍ରସ୍ତୁତ ରଖାଯାଇଥିବା ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ.ଜୟଶଙ୍କର ସୂଚନା ଦେଇଛନ୍ତି ।

ଟ୍ବିଟରେ ଜୟଶଙ୍କର କହିଛନ୍ତି, ‘‘ଆମ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ‘ଅପରେସନ କାବେରୀ’ ଆରମ୍ଭ କରାଯାଇଛି । 5 ଶହ ଭାରତୀୟ ପୋର୍ଟ ସୁଦାନରେ ପହଞ୍ଚି ସାରିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ଆମର ବାୟୁସେନା ବିମାନ ଓ ନୌସେନା ଜାହଜକୁ ପ୍ରସ୍ତୁତ ରଖାଯାଇଛି । ସେଠାରେ ଫସିଥିବା ପ୍ରତ୍ୟେକ ନାଗରିକଙ୍କୁ ଆମେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ ।’’

ଭାରତୀୟ ବାୟୁସେନା ବିଶାଳ ପରିବହନ ବିମାନ C-130J ସାଉଦି ଆରବିଆ ଜେଦାହରେ ନିୟୋଜିତ ହୋଇଛି । ସେହିପରି ଲୋହିତ ସାଗରରେ ମୁତୟନ ଥିବା ଭାରତୀୟ ନୈସେନାର ଯୁଦ୍ଧ ଜାହଜ ‘ସୁମେଧା’ ପୋର୍ଟ ସୁଦାନରେ ପହଞ୍ଚିବ । ସୁଦାନର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କ ସମ୍ପର୍କରେ ଦୂତାବାସ ଲଗାତର ସୂଚନା ସଂଗ୍ରହ କରୁଛି । ସେମାନଙ୍କୁ ସୁଦାନ ପୋର୍ଟରେ ପହଞ୍ଚାଯିବା ପରେ ବିମାନ କିମ୍ବା ନୌସେନା ଜାହାଜରେ ଭାରତ ଅଭିମୁଖେ ଅଣାଯିବ । ଏବେ ସୁଦ୍ଧା 5ଶହ ଭାରତୀୟ ପୋର୍ଟ ସୁଦାନରେ ସୁରକ୍ଷିତ ପହଞ୍ଚି ସାରିଛନ୍ତି । ସଂଧ୍ୟା ସୁଦ୍ଧା ସେମାନେ ଭାରତ ଅଭିମୁଖେ ଯାତ୍ରା କରିବେ ।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ କରିସାରିଛନ୍ତି । ସାଉଦି ଆରବିଆ ପ୍ରାୟ 12 ଦେଶର 150 ନାଗରିକଙ୍କୁ ଉଦ୍ଧାର କରିଛି । ଫ୍ରାନ୍ସ ମଧ୍ୟ 388 ନାଗରିକଙ୍କୁ ଉଦ୍ଧାର କରିସାରିଛି । ଏମାନଙ୍କ ମଧ୍ୟରେ ଭାରତୀୟ ନାଗରିକ ମଧ୍ୟ ଥିଲେ । ଆମେରିକା ସମେତ ଅନ୍ୟ ଦେଶମାନେ ସେମାନଙ୍କ ଦୂତାବାସ ବନ୍ଦ କରିବା ସହ କୂଟନୈତିକ ଅଧିକାରୀଙ୍କୁ ସ୍ବଦେଶ ଫେରାଇ ନେଇଛନ୍ତି ।

ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଏହି ଗୃହଯୁଦ୍ଧ ଲାଗି ରହିଛି । ଏବେ ସୁଦ୍ଧା ପ୍ରାୟ 420 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ 4 ହଜାରରୁ ଅଧିକ ଲୋକେ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ସାମରିକ କର୍ମଚାରୀଙ୍କ ସହ ସାଧାରଣ ଜନତା ମଧ୍ୟ ରହିଛନ୍ତି । ସେନା ପ୍ରାୟ ସମସ୍ତ ସରକାରୀ ପ୍ରତିଷ୍ଠାନକୁ ନିୟନ୍ତ୍ରଣକୁ ନେଇଥିବା ବେଳେ ଅର୍ଦ୍ଧସାମରିକ ବଳ ଜବାବି ହମଲା ଜାରି ରଖିଛି । ରାଜଧାନୀ ଖାର୍ତୁମ ସମେତ ବହୁ ସହରରେ ଆକ୍ରମଣ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details