ଓଡିଶା

odisha

ETV Bharat / bharat

୧୧୪ ଦିନରେ ୧୭ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକାଦାନ କରି ବିଶ୍ବର ପ୍ରଥମ ସ୍ଥାନରେ ଭାରତ - India becomes fastest country in world to administer 17 crore COVID vaccine doses

କୋଭିଡ ଟିକା ଦେବା କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ତେବେ ଭାରତ 114 ଦିନରେ 70 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କୋଭିଡ ଟିକା ଦାନ କରି ବିଶ୍ୱରେ ଏକ ଦୃତଗାମୀ ଦେଶ ଭାବରେ ପରିଗଣିତ ହୋଇଛି । ଅଧିକ ପଢନ୍ତୁ...

୧୧୪ ଦିନରେ ୧୭ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାଦାନ କରି ବିଶ୍ବର ପ୍ରଥମ ସ୍ଥାନରେ ଭାରତ
୧୧୪ ଦିନରେ ୧୭ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାଦାନ କରି ବିଶ୍ବର ପ୍ରଥମ ସ୍ଥାନରେ ଭାରତ

By

Published : May 10, 2021, 10:10 PM IST

ନୂଆଦିଲ୍ଲୀ: କୋଭିଡ ଟିକା ଦେବା କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ତେବେ ଭାରତ 114 ଦିନରେ 70 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କୋଭିଡ ଟିକା ଦାନ କରି ବିଶ୍ୱରେ ଏକ ଦୃତଗାମୀ ଦେଶ ଭାବରେ ପରିଗଣିତ ହୋଇଛି । ଏହି କଭରେଜ ହାସଲ କରିବାକୁ ଭାରତ 114 ଦିନ ସମୟ ନେଇଥିବାବେଳେ ଚୀନ 119 ଦିନ ଏବଂ ଆମେରିକା 115 ଦିନ ସମୟ ନେଇଛି।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 6.8 ଲକ୍ଷରୁ ଅଧିକ ଟୀକା ଦିଆଯାଇଥିବା ବେଳେ ସାରା ଦେଶରେ ଏ ପର୍ଯ୍ୟନ୍ତ ୧୭ କୋଟି ୧ ଲକ୍ଷ ୭୬ ହଜାର ୬୦୩ ଲୋକଙ୍କୁ ଟିକାଦାନ କରାଯାଇଛି।

ତେବେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣରେ ୧୮-୪୪ ବର୍ଷ ବୟସ ବର୍ଗର ୨୦ ଲକ୍ଷ ୩୧ ହଜାର ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି। ଏହି ମହାମାରୀ ସମୟରେ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଅନେକ ପଦକ୍ଷେପ ନେଉଛି। ଏହା ସୁନିଶ୍ଚିତ କରୁଛି ଯେ, ଫାଷ୍ଟ କଷ୍ଟମ୍ କ୍ଲିୟରାନ୍ସ, ଆକାଶ ମାର୍ଗ, ଏବଂ ସ୍ଥଳ ମର୍ଗରେ ବିଶ୍ବର ସହାୟତା ରାଜ୍ୟ ତଥା କେନ୍ଦ୍ର ଶାସିର ଅଞ୍ଚଳକୁ ଶୀଘ୍ର ପ୍ରଦାନ କରାଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ 6,738 ଅମ୍ଳଜାନ କନ୍ସନ୍‌ଣ୍ଟ୍ରେଟର, 3,856 ଅମ୍ଳଜାନ ସିଲିଣ୍ଡର, 16 ଅକ୍ସିଜେନ ଜେନେରେସନ୍ ପ୍ଲାଣ୍ଟ, 4,668 ଭେଣ୍ଟିଲେଟର, ବି-ପାପ୍ ଏବଂ ତିନି ଲକ୍ଷରୁ ଅଧିକ ରେମଡେସିଭର୍ ଭିଆଲ୍ ଭାରତକୁ ବିଶ୍ବର ସହାୟତା ଭାବରେ ଗ୍ରହଣ କରାଯାଇଛି ଏବଂ ଏହାକୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଯାଇଛି ।

For All Latest Updates

TAGGED:

ABOUT THE AUTHOR

...view details