ଓଡିଶା

odisha

ETV Bharat / bharat

ଭାରତରେ ବ୍ୟାନ ହେଲା ଚାଇନା ଲିଙ୍କ୍‌ ଥିବା 138 ବେଟିଂ ଓ 94 ଲୋନ ଆପ

ଭାରତରେ ବ୍ୟାନ ହେଲା ଚାଇନା ଲିଙ୍କ୍‌ ଥିବା ଶତାଧିକ ଆପ । 138 ବେଟିଂ ଓ 94 ଲୋନ ଆପକୁ ନିଷେଧ ଘୋଷଣା କଲା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

By

Published : Feb 5, 2023, 9:19 PM IST

ଭାରତରେ ବ୍ୟାନ ହେଲା ଚାଇନା ଲିଙ୍କ୍‌ ଥିବା 138 ବେଟିଂ ଓ 94 ଲୋନ ଆପ
ଭାରତରେ ବ୍ୟାନ ହେଲା ଚାଇନା ଲିଙ୍କ୍‌ ଥିବା 138 ବେଟିଂ ଓ 94 ଲୋନ ଆପ

ନୂଆଦିଲ୍ଲୀ:ଚାଇନା ଲିଙ୍କ ଥିବା ଶତାଧିକ ଆପକୁ ଅଚଳ କଲେ ଭାରତ ସରକାର । ଆଜି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଚୀନ ଲିଙ୍କ ଥିବା 138 ବେଟିଂ ଆପ ଓ 94 ଲୋନ କାରବାର ସମ୍ପର୍କିତ ଆପକୁ ଅଚଳ କରିଛି । ତେବେ ଗତ ବର୍ଷ ଧରି କେନ୍ଦ୍ର ସରକାର ଏହି ପରି ଘଟଣାରେ ନିୟମିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛି । ଜାତୀୟ ସୁରକ୍ଷା କିମ୍ବା ଆର୍ଥିକ ଚଞ୍ଚକତା ସହ ସମ୍ପୃକ୍ତ ପ୍ରାୟ ଶତାଧିକ ଆପକୁ ପୂର୍ବରୁ ବ୍ଯାନ ଘୋଷଣା କରାଯାଇଛି । ଏହି ଧାରା ଏବେ ମଧ୍ୟ ବଳବତ୍ତର ରହିଛି ।

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିଷେଧ ନିର୍ଦ୍ଦେଶ ଜାରି କରିଛି । ଭାରତର ଏକତା ଓ ସାର୍ବଭୌମତ୍ବ ନଷ୍ଟ କରିବା ପରି ଉଦ୍ଦେଶ୍ୟ ଥିବା ଅଭିଯୋଗରେ ଏହାକୁ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା-69 ଅନୁସାରେ ଦେଶରେ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିବା କେନ୍ଦ୍ର ସ୍ପଷ୍ଟ କରିଛି ।

ଏହା ପୂର୍ବରୁ ମଧ୍ୟ ଭାରତୀୟ ଦଣ୍ଡବିଧି ଆଇନରେ ବେଟିଂ ଏକ ଅପରାଧ ଶ୍ରେଣୀଭୂକ୍ତ କାର୍ଯ୍ୟକଳାପରେ ସୂଚୀତ ହୋଇଛି । ଏହା ଏକ ଦଣ୍ଡନୀୟ ଅପରାଧ ମଧ୍ୟ । ଏହି ଅନଲାଇନ ଆପ୍ଲିକେସନଗୁଡିକ ମାଧ୍ୟମରେ ବେଟିଂ ଓ ଗେମିଂକୁ ପ୍ରତ୍ସାହିତ କରାଯାଉଥିଲା । ଯାହା 2019 ଗ୍ରାହକ ସୁରକ୍ଷା ଅଧିନିୟମ ଓ 1195 କେବୁଲ ଟିଭି ନେଟଓ୍ବାର୍କ ରେଗୁଲେସନ ଅଧିନିୟମ, 2021 ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧିନିୟମର ଖୋଲା ଉଲଙ୍ଘନ ଥିଲା । ଏହି ଆପର ବହୁଳ ବ୍ୟବହାର ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳିଥିବା ଏକାଧିକ ଘଟଣା ଓ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଥିଲା । ଏହି ସମସ୍ତ ଆପ ସହ ଚୀନ୍‌ର ଲିଙ୍କ ରହିଛି । ଏବେ ଏହି କାର୍ଯ୍ୟାନୁଷ୍ଠାନ ପରେ ଏହା ଭାରତରେ ଅଚଳ ହୋଇଛି । ଏହା ପ୍ଲେ ଷ୍ଟୋର କିମ୍ବା ଅନ୍ୟତ୍ର ଉପଲବ୍ଧ ମଧ୍ୟ ହେବନାହିଁ ।

ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସୁରକ୍ଷା ସହ ଅନ୍ୟ କିଛି ପ୍ରସଙ୍ଗରେ ନକରାତ୍ମକ ପ୍ରଭାବ ପକାଉଥିବା ବହୁ ଆପକୁ ବ୍ୟାନ କରିଛନ୍ତି । ଏହି ସଂଖ୍ୟା ପ୍ରାୟ 250ରୁ ଅଧିକ ହେବ । ଚୀନ ଏହି ଆପର ପ୍ରଚଳନ କରି ଭାରତ ପରି ଜନବହୁଳ ରାଷ୍ଟ୍ରରୁ ଅଧିକ ଆୟ ମଧ୍ୟ କରିଥାଏ । ଏପରି ବ୍ୟାନ କାର୍ଯ୍ୟାନୁଷ୍ଠାନକୁ ଡିଜିଟାଲ ଷ୍ଟ୍ରାଇକ ମଧ୍ୟ କୁହାଯାଉଛି । କେନ୍ଦ୍ର ସରକାର ଚୀନର ଟିକଟକ ପରି ଆପକୁ ମଧ୍ୟ ବ୍ୟାନ କରି ଚୀନ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details