ନୂ୍ଆଦିଲ୍ଲୀ: ଦୀର୍ଘ 55 ବର୍ଷ ପରେ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଭାରତ ଓ ବାଲାଂଦେଶ ମଧ୍ୟରେ ରେଳ ସେବା । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ପଶ୍ଚିମବଙ୍ଗର ହଳଦିବାଡି ଓ ବାଲାଂଦେଶର ଚିଲହାଟି ମଧ୍ୟରେ ଏହି ସେବା ପୁନଃ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏହାକୁ ଉଦ୍ଘାଟନ କରିବେ ବାଲାଂଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା । ତେବେ ଏହି ସେବା 1965 ମସିହାରୁ ବନ୍ଦ ରହିଥିଲା ।
ପୁଣି ପ୍ରାୟ 5 ଦଶନ୍ଧି ପରେ ଏହି ରେଳ ସେବା ପୁନଃ କାର୍ଯ୍ୟକ୍ଷମ କରିବାକୁ ଉଭୟ ଦେଶର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।